Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଅଳ୍ପକେ ବର୍ତ୍ତିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଏସୟୁଭିକୁ ଧକ୍କା ଦେଲା ଆଉ ଏକ କାର୍

14/06/2021 at 8:24 AM

ନୂଆଦିଲ୍ଲୀ, ୧୪/୦୬:  ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କ କାର ରବିବାର ଗୁରୁଗ୍ରାମ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତାଙ୍କ ଗାଡିକୁ ଅନ୍ୟ ଏକ କାର୍ ଧକ୍କା ଦେଇଥିଲା । ପୋଲିସର ସୂଚନାନୁସାରେ, ଚୌତାଲା ଏକ ଏସୟୁଭିରେ ଯାତ୍ରା କରୁଥିବା ବେଳେ ତାଙ୍କ ଆଉ ଏକ ଗାଡି ଧକ୍କା ଦେଇଥିଲା ।

ସୂଚନାନୁସାରେ, ଓମ୍ ପ୍ରକାଶଙ୍କ କାରକେଡ୍ ରବିବାର ଗୁରୁଗ୍ରାମର ଝାଡ୍ଡର ଆଡେ ଯାଉଥିଲା । ଏହି ସମୟରେ ଏସଜିଟି ୟୁନିଭର୍ସିଟି ନିକଟରେ କିଛି ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ତେବେ ଦୁର୍ଘଟଣାରେ କୌଣସି ବ୍ୟକ୍ତି ଗୁରୁତର ହୋଇ ନାହାଁନ୍ତି । ଦୁର୍ଘଟଣା ପରେ ଚୌତାଲାଙ୍କୁ ଆଉ ଏକ ଗାଡିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ପରେ ରାସ୍ତାରେ କିଛି ସମୟ ଯାଏଁ ଯାନବାହାନ ଚଳାଚଳ ବନ୍ଦ ରହିଥିଲା ।

ଭୁଦେରା ଜିଲ୍ଲା ଡିଏସପିଙ୍କ କହିବାନୁସାରେ, ଦୁଇ ଗାଡି ମଧ୍ୟରେ ସାମାନ୍ୟ ଦୁର୍ଘଟଣା ଘଟିଥିଲା । ଓମ୍ ପ୍ରକାଶ ଆଗରେ ଡ୍ରାଇଭରଙ୍କ ପାଖ ସିଟ୍‌ରେ ବସିଥିଲେ । ଦୁର୍ଘଟଣାରେ ସେ ସାମାନ୍ୟ ଆହତ ହୋଇଛନ୍ତି । ଅନ୍ୟମାନଙ୍କୁ ମଧ୍ୟ ସାମାନ୍ୟ ଆଘାତ ଲାଗିଛି । ରବିବାର ଗୁରୁଗ୍ରାମ-ବଦଲି-ଝାଜ୍ଜର ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଓମ୍ ପ୍ରକାଶ ସୁସ୍ଥ ଥିବା ଆଇଏନଏଳଡିର ମୁଖପାତ୍ର କହିଛନ୍ତି ।  

   Related Posts