ପୂର୍ବ ଶତ୍ରୁତାରୁ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବାପ-ପୁଅକୁ କୋର୍ଟ ଚାଲାଣ କଲା ପୋଲିସ୍

Published By : Prameya-News7 Bureau | August 11, 2020 IST

ସାନଖେମୁଣ୍ଡି୧୧|୮:  ଦିଗପହଣ୍ଡି ଥାନା ଭୀଷ୍ମଗିରୀ ଗ୍ରାମର ଗଣେଶ ମହାନ୍ତି ଏବଂ ତାଙ୍କ ବାପା ହରିବନ୍ଧୁ ମହାନ୍ତିଙ୍କୁ ଗତ ବୁଧବାର ଅପରାହ୍ନ ପ୍ରାୟ ସାଢେ଼ ୧୨ ଟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କ ଘର ସମ୍ମୁଖରେ କିଛି ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ହତ୍ୟା ଉଦ୍ୟମ କରିଥିଲେ। ପୋଲିସ ଏହି ମାମଲାରେ ଅଭିଯୁକ୍ତ ଭୀଷ୍ମଗିରି ଗ୍ରାମ ନାଳବନ୍ଧ ସାହିର ବାପା ଟୁନା ମହାନ୍ତି ଏବଂ ପୁଅ ଶିବ ମହାନ୍ତିଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିଲେ। ଉଭୟ ଅଭିଯୁକ୍ତଙ୍କ ନିୟମାନୁଯାୟୀ କରୋନା ପରୀକ୍ଷା କରାଯାଇଥିଲା।

ମଙ୍ଗଳବାର ରିପୋର୍ଟ ନେଗେଟିଭ ଆସିବା ପରେ ବାପ, ପୁଅ ଦୁହିଁକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିଲା। ଥାନା ମାମଲା ନଂ.୧୬୪/୨୦  ଅନୁଯାୟୀ ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତ ବାପ, ପୁଅ ଦୁହିଁଙ୍କୁ ଦିଗପହଣ୍ଡି ଉପ-କାରାଗାରକୁ ପଠାଇ ଦିଆଯାଇଛି। ଘଟଣା ଦିନ ଗଣେଶ ଓ ତାଙ୍କ ବାପା ହରିବନ୍ଧୁ ଘର ପାଖରେ ବସିଥିବା ବେଳେ ଅଭିଯୁକ୍ତମାନେ ସଂଘବଦ୍ଧ ହୋଇ ବିଭିନ୍ନ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଖଣ୍ଡା ଏବଂ ଠେଙ୍ଗା ମାଡ଼ରେ ଗୁରୁତର ଆହତ ବାପ- ପୁଅ ଦୁହିଁ ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣାର ପରଦିନ ଏ ନେଇ ଏତଲା ହେବା ପରେ ପୋଲିସ  ଅଭିଯୁକ୍ତମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.