Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କିଟ୍‌କିଟ୍‌ ଅନ୍ଧାର ରାତିରେ କିଏ ଖେଳିଲା ରକ୍ତର ହୋଲି ? କାହା ଟାର୍ଗେଟ୍‌ରେ ଥିଲା ପୂରା ପରିବାର ?

6/07/2020 at 7:23 PM

ଯାଜପୁର୬/୭:  ଯାଜପୁର ଜିଲ୍ଲା ଧର୍ମଶାଳା ସାରଙ୍ଗତୀରଣ ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ଘର ଅଗଣାରୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଶିକ୍ଷୟିତ୍ରୀଙ୍କ ମୃତଦେହ ପଡ଼ିଥିବା ଥିବା ବେଳେ ତାଙ୍କ ସ୍ବାମୀ ଏବଂ ୧୩ ବର୍ଷର ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ପ୍ରଥମେ ଧର୍ମଶାଳା ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଗତ ୨୫ବର୍ଷ ହେଲା ଏହି ପରିବାର ଗାଁରେ ଭଡ଼ାଘର ନେଇ ରହୁଥିବା ବେଳେ କାହା ସହ ସେମାନଙ୍କ ଶତ୍ରୁତା ନଥିବା ସ୍ଥାନୀୟ ଲୋକେ କହୁଛନ୍ତି । ତେବେ କିଏ ଓ କାହିଁକି ପୂରା ପରିବାର ଉପରେ ଏଭଳି ମରଣାନ୍ତକ ଆକ୍ରମଣ କରିଛି ତା’ର ତଦନ୍ତ କରୁଛି ଯାଜପୁର ପୋଲିସ।

ନସ୍ତବ୍ଧ ରାତିର ଘନ ଅନ୍ଧକାର ଭିତରେ କିଏ ଖେଳିଲା ରକ୍ତର ହୋଲି ?  କିଏ ଘଟାଇଛି ଏଭଳି ବିଭତ୍ସ କାଣ୍ଡ । କାହା ଟାର୍ଗେଟ୍‌ରେ ଥିଲା ପୂରା ପରିବାର ?  ଏଭଳି କିଛି ପ୍ରଶ୍ନର ଉତ୍ତର ଏବେ ଖୋଜୁଛନ୍ତି ଯାଜପୁର ଜିଲ୍ଳା ଧର୍ମଶାଳା ସାରଙ୍ଗତୀରଣ ଗାଁ ଲୋକେ । ଦୀର୍ଘ ୨୫ବର୍ଷ ହେଲା ଗାଁରେ ଘରଭଡ଼ା ନେଇ ରହି ଆସୁଥିଲେ ମିର୍ଜାପୁର ଅନ୍ତକୁମାରୀ ହାଇସ୍କୁଲର ଶିକ୍ଷୟିତ୍ରୀ ତରୁଲତା ମଲ୍ଲିକ ।

ଅନୁଗୁଳ ଭୁଷଣ କାରଖାନାରେ ମେକାନିକ୍‌ ଭାବେ କାର୍ଯ୍ୟ କରୁଥିବା ସ୍ବାମୀ ନିତ୍ୟାନନ୍ଦ ମଲ୍ଲିକ ଏବଂ କଟକରେ ରହି ପାଠ ପଢ଼ୁଥିବା ୧୩ବର୍ଷର ଝି୍ଅ ଶୁଭଶ୍ରୀ ଲକ୍‌ଡାଉନ୍‌ କାରଣରୁ ଘରେ ଥିଲେ । ଆଜି ସକାଳୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ତିନି ଜଣଯାକ ଘର ଅଗଣାରେ ପଡ଼ିଥିବାର ପଡ଼ୋଶୀ ଦେଖିବା ପରେ ସମସ୍ତଙ୍କୁ ଡାକିଥିଲେ । ଘଟଣାସ୍ଥଳରେ ଶିକ୍ଷୟିତ୍ରୀ ତରୁଲତାଙ୍କ ମୃତ୍ୟୁ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଉଭୟ ବାପ, ଝିଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାକୁ ପଠାଇଥିଲେ । ସେଠାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।   

ଯାଜପୁର ଏସପି ଚରଣ ସିଂ ମୀନାଙ୍କ ସହ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛନ୍ତି। ତେବେ ସଂପୃକ୍ତ ଶିକ୍ଷୟିତ୍ରୀ ଓ ତାଙ୍କ ପରିବାର ସହ କାହାର ଶତ୍ରୁତା ନଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଛି ତାକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଥିବା ବେଳେ ଗୁରୁତର ଅବସ୍ଥାରେ ଥିବା ବାପ ଝିଅଙ୍କ ବୟାନ ପରେ ପୂରା ଘଟଣା ଉପରୁ ପରଦା ହଟିପାରିବ ବୋଲି ଆଶା କରାଯାଉଛି ।

   Related Posts