ଦିନକ ପାଇଁ ମୁକ୍ତ ହେଲା ପୁଞ୍ଜିଲାଲ୍‌, ଜାଣନ୍ତୁ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଘଟଣାବଳୀ ...

Published By : Prameya-News7 Bureau | January 12, 2020 IST

ବଲାଙ୍ଗୀର ୧୨।୦୧: ଦିନକ ପାଇଁ ଜେଲରୁ ମୁକୁଳିଲେ ପୁଞ୍ଜିଲାଲ୍ । ପାଟଣାଗଡ ପାର୍ସଲ ବେ।ମା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ବଲାଙ୍ଗୀର ଜେଲରୁ ମୁକୁଳିଛନ୍ତି । ମାଆଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେବାକୁ ଦିନକ ପାଇଁ ଜେଲରୁ ମୁକୁଳିଛନ୍ତି । ମାଆଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେବାକୁ ଅନୁମତି ଦେଇଥିଲେ ପାଟଣାଗଡ ଏଡିଜେ କେ।ର୍ଟ । ଆଜି କାଗଜପତ୍ର ପ୍ରସ୍ତୁତ ପରେ ଜେଲରୁ ମୁକୁଳିଛନ୍ତି ପୁଞ୍ଜିଲାଲ୍ । କଡା ସୁରକ୍ଷା ମଧ୍ୟରେ ମାଆଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗଦେବେ । ଶୁକ୍ରବାର ରାତିରେ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହରଙ୍କର ମୃତ୍ୟୁ ହେ।ଇଥିଲା । ପୁଅ ଜେଲରୁ ବାହାରି ନପାରିବାରୁ ସେଇଦିନଠାରୁ ଶବ ସତ୍କାର କରାଯାଇନି ।

{"id":210193,"sizeSlug":"large"}

ତେବେ ଆସନ୍ତୁ ଜାଣିବା ୨୦୧୮ ଫେବୃଆରୀ ମାସରେ ଘଟିଥିବା ଏହା  ଘଟଣାର ବିସୃତ ଘଟଣୀବଳୀ ଉପରେ --

୨୦୧୮ ଫବୃୟାରି ୨୩ ତାରିଖରେ ପାଖା ପାଖି ଦିନ ୧୨ଟାରୁ ଗୋଟାଏ ସମୟରେ ଘଟିଥିଲା ଏହି ଘଟଣା। ପାଟଣାଗଡ ବ୍ରହ୍ବପୁରାରେ ରହୁଥିବା ସୋମ୍ୟଶେଖରଙ୍କ ଘରେ ହୋଇଥିଲା ଗିପ୍ଟ ବୋମା ବିସ୍ଫୋରଣ ଓ ଘଟଣାସ୍ଥଳରେ ସୋମ୍ୟ ଶେଖର ତାଙ୍କ ଜେଜେମାଁ ଓ ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିଲା। କିଛି ଘଣ୍ଟା ପରେ ସୋମ୍ୟ ଓ ତାଙ୍କ ଜେଜେମାଙ୍କ ମୃତ୍ୟୁ ଘଟିଥିଲା। ଲୋକ ଭାବୁଥିଲେ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହୋଇଛି ହେଲେ ବାହାଘରକୁ ଆସିଥିବା ଗିପ୍ଟ ପାର୍ସଲ  ଭିତରେ ରହିଥିଲା ବୋମା ଓ ତାକୁ ଖୋଲିବା ମାତ୍ରେ ହୋଇଥିଲା ବିସ୍ପୋରଣ । ଏହା ଦୁଇ ଜଣଙ୍କ ଜୀବନ ନେବା ସହ ସୋମ୍ୟଙ୍କ ସ୍ତ୍ରୀ ରିମାଙ୍କ ଗୁରୁତର ଭାବରେ କରାଯାଇଥିଲା ବୁର୍ଲ୍ଲା ଡାକ୍ତରଖାନାରେ ଭର୍ତ୍ତି।ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଡିଗିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତିତ କରାଯାଇଥିଲା ।

{"id":210194,"sizeSlug":"large"}
punjilal

ଏଭଳି ଘଟଣା ଘଟାଇଥିବା ବ୍ୟକ୍ତିକୁ ଫାଶୀ ଦଣ୍ଡର ଦାବି ଉଠିଥିଲା। ଘଟଣା ତଦନ୍ତ ବଲାଙ୍ଗୀର ପୋଲିସ ଆରମ୍ଭ କରିଥିଲା। ବଲାଙ୍ଗୀରଠାରୁ ରାୟପୁର , ବୌଦ୍ଧଠାରୁ ବେଙ୍ଗଲୋର ପର୍ଯ୍ୟନ୍ତ ଛାନଭିନ କରି ଫେଲ ମାରିଥିଲା ପୋଲିସ। ପରେ ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ତଦନ୍ତର ୨ ମାସ ପରେ ଭଇଁଷା କଲେଜରେ ଇଂରାଜୀ ଅଧ୍ୟାପକ ଥିବା ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଘନ ଘନ ଜେରା ସହ ତଦନ୍ତ ଛାନଭିନ ପରେ ସେ ହିଁ ଏହି ଘଟଣା ଘଟାଇଥିବା କ୍ରାଇମବ୍ରାଞ୍ଚ ଆଗରେ ସ୍ବକାର କରିଥିଲା ପୁଞ୍ଜିଲାଲ।

{"id":210195,"sizeSlug":"large"}

ୟୁଟ୍ୟୁରୁ ଭିଡିଓ ଦେଖି ବମ ତିଆରି କରିବା ସହ ଏଭଳି ଘଟଣା ଘଟାଇଥିଲା ପୁଞ୍ଜିଲାଲ। ଫୋରେନସିକ ଟେଷ୍ଟ, ସାଇଣ୍ଟିଫିକ ଟେଷ୍ଟ , ସହ ବିଭିନ୍ନ ଟେଷ୍ଟ କରାଯିବା ସହ ତଥ୍ୟ ସଂଗ୍ରହ କରିଥିଲା କ୍ରାଇମ ବ୍ରାଞ୍ଚ। ପରେ ପୁଞ୍ଜିଲାଲକୁ ଜେଲ ହାଜତକୁ ପଠାଇବା ୧୧ ମାସ ପରେ ଫାଇନାଲ ଚାର୍ଜ ସିଟ ଦାଖଲ କରିଥିଲା ।ପାଟଣାଗଡ ଜେଲରୁ ଫେରାର ଉଦ୍ୟମ କରିବା ପରେ ପୁଞ୍ଜିଲାଲକୁ ବଲାଙ୍ଗୀର ଜେଲକୁ ସ୍ଥାନନ୍ତିରତ କରାଯାଇଥିଲା ।ତେବେ ମାଆଙ୍କ ଶେଷକୃତ୍ୟ ପାଇଁ ପୁଞ୍ଜିଲାଲାକୁ ଗୋଟିଏ ଦିନ ପାଇଁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.