ଅନଶନରେ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ

Published By : Prameya-News7 Bureau | February 09, 2019 IST

ବଲାଙ୍ଗିର ୯|୨: ଅନଶନରେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେର । ଗତକାଲିଠାରୁ ବଲାଙ୍ଗିର ଜେଲରେ ଅନଶନ ଚଳାଇଛନ୍ତି ପୁଞ୍ଜିଲାଲ । ଜେଲ୍ ରେ ନିମ୍ନମାନର ଖାଦ୍ୟ ଓ ଅନ୍ୟ ଅବ୍ୟବସ୍ଥାକୁ ବିରୋଧ କରି ପୁଞ୍ଜିଲାଲ୍ ଏହି ଅନଶନ କରିଥିବା ସେ କହିଛନ୍ତି ।

ଗତକାଲି ତାଙ୍କୁ ପାଟଣାଗଡ ଜେଲରୁ କଡା ସୁରକ୍ଷା ମଧ୍ୟରେ ବଲାଙ୍ଗୀର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ନିଜ ସହଯୋଗୀ ସହ ପାଟଣାଗଡ ଜେଲରୁ ଫେରାର ଉଦ୍ୟମ କରୁଥିବାର  ଅଭିଯୋଗ ଆସିବା ପରେ ତାଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇଛି । ହେଲେ ପାଟଣାଗଡ ଜେଲରେ ଦୁର୍ନୀତି ଚାଲିଥିବା ବେଳେ ଜେଲ୍ ର ମନମାନୀ କରୁଥିବା ପାଲଟା ଅଭିଯୋଗ କରିଛନ୍ତି ପୁଞ୍ଜିଲାଲ ।

୨୦୧୮ ଫେବ୍ରୁଆରୀ ୧୮ତାରିଖରେ ପାଟଣାଗଡର ସୌମ୍ୟ ଶେଖର ସାହୁ ଓ ରୀମା ସାହୁଙ୍କ ବାହାଘର ହୋଇଥିଲା । ବାହାଘରର ୫ ଦିନ ପରେ ତାଙ୍କ ଘରକୁ ଏକ ପାର୍ସଲ ଆସିଥିଲା । ଯାହାକୁ ଖୋଲିବା ପରେ ଏକ ବଡ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ନବ ବିବାହିତ ସୌମ୍ୟ ଓ ତାଙ୍କ ଜେଜେ ମାଙ୍କର ମୃତ୍ୟୁ ହୋଇଥିବା ବେଳେ ରୀମା ଗୁରୁତର ହୋଇଥଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.