Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ପାଟଣାଗଡ ଜେଲରୁ ପୁଞ୍ଜିଲାଲ୍ ମେହେର ଖସିଯିବାକୁ ଉଦ୍ୟମ ଫେଲ

24/01/2019 at 12:55 PM

ବଲାଙ୍ଗୀର ୨୪/୧ : ପାଟଣାଗଡ ଜେଲରୁ ପୁଞ୍ଜିଲାଲ୍ ମେହେର ଖସିଯିବାକୁ ଉଦ୍ୟମ ଘଟଣାରେ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କୁ ରିପୋର୍ଟ ତଲବ କଲେ ପୋଲିସ ଡିଜି | ଘଟଣାରେ ସତ୍ୟତା ଥିଲେ ପୁଂଜିଲାଲକୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଡିଜିପି | ୫ ସହଯୋଗୀଙ୍କ ସହ ଜେଲରୁ ଖସିଯିବାକୁ ଉଦ୍ୟମ କରିଥିଲେ ପୁଞ୍ଜିଲାଲ୍ | ପାଟଣାଗଡ ପାର୍ସଲ ବୋମା ଘଟଣାରେ ଗିରଫ ହୋଇ ଜେଲରେ ଅଛନ୍ତି ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର |


ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ରେ ଏକ ପାର୍ସଲ ବୋମା ନିଁସ୍ଫୋରଣ କରିଥିଲେ ପୁଞ୍ଜିଲାଲ ମେହେର | ପାର୍ସଲ ବୋମା ବିସ୍ଫୋରଣ ଘଟଣା ପୁରା ଓଡିଶାକୁ ଦୋହଲାଇ ଦେଇଥିଲା | ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ ସୌମ୍ୟ | ବିସ୍ଫୋରଣରେ ଗୁରତର ଆହତ ହୋଇଥିଲେ ନବବଧୂ ରିମା | କଟକ ଏସସିବିରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ରିମା | ପୋଲିସ ବହୁ ଖୋଳତାଡ଼ ପରେ ଘଟଣାର ମାଷ୍ଟରମାଇଂଡ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା |

   Related Posts