ପଞ୍ଜାବ କିଙ୍ଗସ୍‌କୁ ବଡ଼ ଝଟକା, ରାହୁଲଙ୍କ ସ୍ଥାନ ନେବେ ଏହି ଖେଳାଳି

Published By : Prameya-News7 Bureau | May 02, 2021 IST

ନୂଆଦିଲ୍ଲୀ ୨/୫: ଇଣ୍ଡିଆନ୍‌ ପ୍ରିମୟର ଲିଗ୍‌ (ଆଇପିଏଲ୍‌)ର ଫ୍ରାଞ୍ଚାଇଜ୍‌ ପଞ୍ଜାବ କିଙ୍ଗସ୍‌କୁ ବଡ଼ ଝଟକା ଲାଗିଛି। ଟିମ୍‌ର ଅଧିନାୟକ କେଏଲ୍‌ ରାହୁଲ ଆଇପିଏଲର ୧୪ ତମ ସିଜ୍‌ନରୁ ବିଦାୟ ନେଇଛନ୍ତି। ତାଙ୍କୁ ଆପେଣ୍ଡିକ୍ସ ହୋଇଥିବା ବେଳେ ତାଙ୍କର ଖୁବଶୀଘ୍ର ଅପରେସନ୍‌ ହେବାର ଅଛି। ଏନେଇ ପଞ୍ଜାବ କିଙ୍ଗସ୍‌ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ, ‘ଗତ ରାତିରେ ରାହୁଲଙ୍କ ପେଟ ଯନ୍ତ୍ରଣା ହୋଇଥିଲା। ଯନ୍ତ୍ରଣା ଏତେ ଅଧିକ ହୋଇଥିଲା ଯେ ଔଷଧ କାମ କରିନଥିଲା। ପରେ ତାଙ୍କୁ ଏମର୍ଜେନ୍ସି ରୁମରେ ଭର୍ତ୍ତି କରାଯାଇଥିଲା।  ରାହୁଲଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯିବା ପରେ ଜଣାପଡ଼ିଲା ତାଙ୍କୁ ଆପେଣ୍ଡିକ୍ସ ହୋଇଛି ଏହାକୁ ଅପରେସନ୍‌ ମାଧ୍ୟମରେ ଠିକ କରାଯିବ। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।’ 

ସର୍ଜରୀ ଏବଂ ଚିକିତ୍ସା ପାଇଁ ରାହୁଲ ମୁମ୍ବାଇ ଯାଇଛନ୍ତି। ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାହୁଲଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରଓ୍ବାଲ୍‌ ଟିମ୍‌ର ଅଧିନାୟକ ଭାର ସମ୍ଭାଳିବେ। ଆଜି ରାତିରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପଞ୍ଜାବ କିଙ୍ଗସର ଅଧିନାୟକ ହେବେ ମୟଙ୍କ ଅଗ୍ରଓ୍ବାଲ । ଚଳିତ ସିଜନ୍‌ରେ ରାହୁଲ ୭ଟି ମ୍ୟାଚ୍‌ରେ ୬୬.୨୦ ଆଭେରେଜ୍‌ ସହ ୩୩୧ ରନ୍‌ କରିଥିଲେ ଏବଂ ତାଙ୍କ ପାଖରେ ଅରେଞ୍ଜ କ୍ୟାପ୍‌ ମଧ୍ୟ ରହିଛି। 

wp:embed {"url":"https://twitter.com/PunjabKingsIPL/status/1388821436819771396","type":"rich","providerNameSlug":"twitter","responsive":true,"className":""}
https://twitter.com/PunjabKingsIPL/status/1388821436819771396
/wp:embed

ରବିବାର ପଞ୍ଜାବ କିଙ୍ଗସ୍‌ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଖେଳାଯିବ। ଗତ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍‌ ଆରସିବିକୁ ୩୪ ରନ୍‌ ହରାଇ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‌​‌ରେ ଅଧିନାୟକ ରାହୁଲ ୯୧ ରନ୍‌ କରି ଅପରାଜିତ ଥିଲେ। ଚଳିତ ସିଜନ୍‌​‌ରେ ଏବେ ସୁଦ୍ଧା ପଞ୍ଜାବ କିଙ୍ଗସ୍‌ ୩ଟି ମ୍ୟାଚରେ ବିଜୟ ହାସଲ କରିଛି ଆଉ ଏହି ସବୁ ମ୍ୟାଚ୍‌ରେ ରାହୁଲଙ୍କର ବଡ଼ ଭୂମିକା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.