Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ପୁଣି ଭାଇରାଲ୍ ହେଲା କରୋନା ଝିଅ ଗୀତ : ପ୍ରେମିକାକୁ କରୋନା ସହ ତୁଳନା କରି ଚର୍ଚ୍ଚାରେ ପଞ୍ଜାବୀ ପ୍ରେମିକ

22/03/2020 at 6:17 PM

ମୁମ୍ବାଇ ୨୨/୩: ଦେଶବ୍ୟାପି କରୋନା ଭାଇରସର ଆତଙ୍କ ଦେଖିବାକୁ ମିଳୁଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୦ରୁ ଅଧିକ ହୋଇ ସାରିଲାଣି। କୌଣସି ସଠିକ୍ ଚିକିତ୍ସା ନଥିବା କାରଣରୁ ସମସ୍ତଙ୍କୁ ଏହି ଭାଇରସରୁ ବର୍ତ୍ତିବାକୁ ପରାମର୍ଶ ଦିଆଯାଉଛି। ଲୋକଙ୍କୁ ସ୍ବଚ୍ଛ ରହିବାକୁ,ବହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଉଛି। ଏପରି ସଙ୍କଟମୟ ପରିସ୍ଥିତିରେ ଏକ ପଞ୍ଜାବୀ ଗୀତ ସୋସିଆଲ ମିଡିଆରେ ଜୋର ଜବରଦସ୍ତ ଭାଇରାଲ୍ ହେଉଛି। ଏହି ଗୀତରେ ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡ ସହ କରୋନା ଯୋଗୁଁ ଦେଖା କରି ପାରୁନାହିଁ। ଏହା ପରେ ଯୁବକ ଗୀତ ପ୍ରସ୍ତୁତ କରୁଛି।

କରୋନା ଆତଙ୍କ ସମୟରେ ହୋଇଥିବା ଏହି ଗୀତରେ ଦେଖାଯାଇଛି ଯେ ଜଣେ ଯୁବକ ତା’ ଗାର୍ଲଫ୍ରେଣ୍ଡଙ୍କୁ ଫୋନ୍ କରି ଦେଖା କରିବାକୁ କହୁଛି କିନ୍ତୁ କରୋନା ଭାଇରସର ପ୍ରକୋପ ବଢ଼ୁଥିବା ଡରରେ ସେ ତାକୁ ​‌ଦେଖା କରିବାକୁ ମନା କରି ଦେଉଛି। ଯୁବକ ଦୁଃଖୀ ହୋଇ ଫୋନ୍ ରଖି ଦେଉଛି କିନ୍ତୁ ଏହାକୁ ନେଇ ଗୀତ ପ୍ରସ୍ତୁତ କରି ଦେଉଛି। ଏହି ପଞ୍ଜାବୀ ଗୀତର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହା ପୂର୍ବରୁ ମଧ୍ୟ କରୋନା ଉପରେ ହୋଇଥିବା ଅନେକ ଗୀତ ଶୁଣିବାକୁ ମିଳିଛି। କିଛି ଦିନ ତଳେ ନରେନ୍ଦ୍ର ଚଞ୍ଚଲଙ୍କ କରୋନାକୁ ନେଇ ହୋଇଥିବା ଭଜନ ଭାଇରାଲ୍ ହୋଇଥିଲା। ଏହା ଉପରେ ଅନେକ ଭୋଜପୁରୀ ଗୀତ ମଧ୍ୟ ହୋଇ ସାରିଛି। କରୋନାଠୁ ବର୍ତ୍ତିବା ପାଇଁ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ କବିତା ସେୟାର କରିଥିଲେ।

   Related Posts