ପ୍ରସିଦ୍ଧ ପଞ୍ଜାବୀ ଲେଖିକା ଦଲୀପ କୌର ତିଓ୍ବାଣାଙ୍କ ପରଲୋକ

Published By : Prameya-News7 Bureau | February 01, 2020 IST

ଚଣ୍ଡିଗଡ ୧।୨:  ପ୍ରସିଦ୍ଧ ପଞ୍ଜାବୀ ଲେଖିକା ତଥା ଉପନ୍ୟାସିକା ଦଲୀପ କୌରଙ୍କ ଶୁକ୍ରବାର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲେ । ପଦ୍ମଶ୍ରୀ ଏବଂ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଥିଲେ ଦଲୀପ କୌର । ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ୧୬ ଜାନୁଆରୀରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଦଲୀପ କୌରଙ୍କ ସ୍ବାମୀ ଭୁପିନ୍ଦର ସିଂହ ଏବଂ ପୁଅ ସିମରନଜିତ୍ ସିଂ । ଦିବଂଗତ ଲେଖିକାଙ୍କ ଅନ୍ତିମ ସଂସ୍କାର ଶନିବାର ଦିନ ପଟିଆଲାରେ କରାଯିବ ।

୨୦୧୫ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ତର୍କବାଦୀ କନ୍ନଡ ସାହିତ୍ୟିକ ଏବଂ ହମ୍ମି ବିଶ୍ବବିଦ୍ୟାଳୟର କୁଳପତି ଏମଏମ କୁଲବର୍ଗୀଙ୍କ ହତ୍ୟା, ଅଭିବ୍ୟକ୍ତିର ସ୍ବାଧିନତାକୁ ଚପାଇ ଦେବା ଏବଂ ଅଖଲାକଙ୍କ ହତ୍ୟା ଭଳି ସାମ୍ପ୍ରଦାୟିକ ଆକ୍ରମଣକୁ ବିରୋଧ କରୁଥିବା ଲେଖକମାନଙ୍କ ସହିତ ଥିବା ଦଲୀପ କୌର ଟିବାଣା ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଥିଲେ ।

ଦଲୀପ କୌରଙ୍କ ୪୦ ଉପନ୍ୟାସ, ୭ କାହାଣୀ ସଂଗ୍ରହ, ଦୁଇଟି ଆତ୍ମକଥା ଏବଂ ଗୋଟିଏ ସାହିତ୍ୟିକ ଜୀବନୀ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.