Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଅଭିନେତ୍ରୀ ହିମାଂଶୀ ଖୁରାନା କରୋନାରେ ସଂକ୍ରମିତ, ଦୁଇ ଦିନ ତଳେ ଚାଷୀ ଆନ୍ଦୋଳନରେ ହୋଇଥିଲେ ସାମିଲ

27/09/2020 at 3:50 PM

ନୂଆଦିଲ୍ଲୀ ୨୭/୦୯: ବିଗବସ୍ ସିଜନ ୧୩ର ପ୍ରତିଯୋଗୀ ତଥା ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା କରୋନାରେ ସଂକ୍ରମିତ । ଖୋଦ୍ ହିମାଂଶୀ ଏ କଥା ସୋସାଲ ମିଡିଆରେ ପୋ​‌ଷ୍ଟ କରି ସମସ୍ତଙ୍କୁ ଜଣାଇଛନ୍ତି। ଦୁଇ ଦିନ ତଳେ ସେ କୃଷି ବିଲ୍ ବିରୋଧରେ ଚାଷୀଙ୍କୁ ସମର୍ଥନ କରି ବିକ୍ଷୋଭରେ ସାମିଲ ହୋଇ ଥିଲେ। ଦୀର୍ଘ ସମୟ ହେବ ସେ ଚାଷୀଙ୍କ ସମର୍ଥନରେ ସୋସାଲ ମିଡିଆରେ ବହୁତ କିଛି ପୋଷ୍ଟ କରୁଥିଲେ।

ଏବେ ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘‘ସମସ୍ତଙ୍କୁ କହିବାକୁ ଚାହୁଁଛି ପୂରା ସତର୍କତା ଅବଲମ୍ବନ କରିବା ସତ୍ବେ ମଧ୍ୟ କରୋନାରେ ସଂକ୍ରମିତ ହୋଇଛି। ଦୁଇ ଦିନ ତଳେ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲି। ସେହି ସ୍ଥାନ ଖୁବ୍ ଗହଳି ଥିଲା।ସୁଟିଂକୁ ଯିବା ପୂର୍ବରୁ କରୋନା ଟେଷ୍ଟ କରିବା ଚିନ୍ତା କଲି ଓ ରିପୋର୍ଟ ପଜିଟିଭ୍ ଆସିଲା।’’

ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ କରୋନା ଟେଷ୍ଟ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଏହା ବ୍ୟତୀତ ଆନ୍ଦୋଳନ ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ହିମାଂଶୀ।

ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ସୋସାଲ ମିଡିଆରେ ବେଶ୍ ସକ୍ରିୟ ଥାନ୍ତି। ବିଗବସ ସିଜନ ୧୩ରେ ଆସିମ ରିୟାଜଙ୍କ ସହ ତାଙ୍କ ଯୋଡି ଚର୍ଚାରେ ଥିଲା। ବିଗବସରୁ ଆସିବା ପରେ ଦୁହେଁ ଏକାଧିକ ଗୀତରେ ଅଭିନୟ କରିଛନ୍ତି। ଏତିକି ନୁହେଁ ଏ​‌ବେ ଟ୍ବିଟରରେ ହିମାଂଶୀ ଟ୍ରେଣ୍ଡ ମଧ୍ୟ କରୁଛନ୍ତି।

   Related Posts