ଭେଟେରାନ୍‌ ପଞ୍ଜାବୀ ଅଭିନେତା ସୁଖ୍‌ଜୀନ୍ଦର ସେରାଙ୍କ ଦେହାନ୍ତ, ଦକ୍ଷିଣ ଆଫ୍ରିକାର ଉଗାଣ୍ଡାରେ ଶେଷ ନିଶ୍ବାସ ତ୍ୟାଗ

Published By : Prameya-News7 Bureau | May 05, 2021 IST

ନୂଆଦିଲ୍ଲୀ ୦୫/୦୫ : ପ୍ରସିଦ୍ଧ ପଞ୍ଜାବୀ ଅଭିନେତା ସୁଖ୍‌ଜୀନ୍ଦର ସେରାଙ୍କ ଦେହାନ୍ତ ହୋଇଛି । ଦକ୍ଷିଣ ଆଫ୍ରିକାର ଉଗାଣ୍ଡାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ସହଯୋଗୀ ଜଗଦେବ ସିଂହ । ସୁଖ୍‌ଜୀନ୍ଦର କେନିଆରେ ରହୁଥିବା ତାଙ୍କର ଜଣେ ବନ୍ଧୁଙ୍କୁ ଦେଖାକରିବା ପାଇଁ ଯାଇଥିଲେ । ସେଠାରେ ସେ ଅସୁସ୍ଥ ହୋଇପଡିବା ପରେ ଏପ୍ରିଲ ୨୫ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ସେଠାରେ ଚିକିତ୍ସିତ ବେଳେ ସେ ନିମୋନିଆରେ ପୀଡିତ ଥିବା ଜଣାପଡିଥିଲା । ଆଜି ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ଡାକ୍ତରଙ୍କ ସମସ୍ତ ଉଦ୍ୟମ ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇପାରିନଥିଲା ।

ପଞ୍ଜାବୀ ଚଳଚିତ୍ର ୟାରି ଜାଟ୍ଟ ମାଧ୍ୟମରେ ସେ ଡେବ୍ୟୁ କରିଥିଲେ ସୁଖ୍‌ଜୀନ୍ଦର ସେରା । ତାଙ୍କର ମର ଶରୀରକୁ ଉଗାଣ୍ଡାରୁ ଭାରତ ଆଣିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ପରିବାର ଲୋକେ । ସୁଖ୍‌ଜୀନ୍ଦର ସେରାଙ୍କର ଶେଷ ଚଳଚିତ୍ର ଥିଲା ୟାର ବୈଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.