Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ହେଲମେଟ୍ ଅଘଟଣ ପରେ ପଲଟିଗଲା ବାଜି, ହାଇଦ୍ରାବାଦ ହାତରୁ ବିଜୟ ଛଡାଇ ଆଣିଲା ପଞ୍ଜାବ

25/10/2020 at 9:08 AM

ଦୁବାଇ,୨୫|୧୦:  ବିଜୟ ଲକ୍ଷ୍ୟ ଥିଲା ମାତ୍ର ୧୨୭ । ସନରାଇଜର୍ସ ହାଇଦ୍ରାବାଦ ପାଇଁ ଏହି ଲକ୍ଷ୍ୟ ବଡ ନଥିଲା । କିନ୍ତୁ ଦଳର କୌଣସି ବ୍ୟାଟସମ୍ୟାନ୍ ପଞ୍ଜାବ ବୋଲରଙ୍କୁ ସାମ୍ନା କରି ପାରିନଥିଲେ । ଦଳର ବ୍ୟାଟିଂ ଅର୍ଡର ତାସ୍ ପତା ଭଳି ଭୁଷୁଡି ପଡିଥିଲା । ଫଳରେ ହାଇଦ୍ରାବାଦ ମାତ୍ର ୧୨ ରନରେ ପଞ୍ଜାବଠୁ ପରାସ୍ତ ହୋଇଥିଲା ।

ଶନିବାର ଦୁବାଇରେ ଖେଳାଯାଇଥିବା ଆଇପିଏଲର ୪୩ ତମ ମ୍ୟାଚରେ ହାଇଦ୍ରାବାଦ ଜିତୁଥିବା ମ୍ୟାଚ୍ ହାରି ଯାଇଛି । ଗୋଟିଏ ସମୟ ଏପରି ଥିଲା ଯେତେବେଳେ ପଞ୍ଜାବର ପରାଜୟ ନିଶ୍ଚିତ ଥିଲା । କିନ୍ଟୁ ହଠାତ ବାଜି ପଲଟି ଯାଇଥିଲା । ୧୨୬ ରନର ଟାର୍ଗେଟକୁ ପିଛା କରୁଥିବା ହାଇଦ୍ରାବାଦ ୧୧୪ ରନରେ ଅଟକି ଯାଇଥିଲା ।

ହାଇଦ୍ରାବାଦ ୧୭ ଓଭରରେ ୪ ଓ୍ୱିକେଟ ହରାଇ ୧୦୭ ରନ୍ କରିଥିଲା । ଦଳର ବିଜୟର ଦ୍ୱାରଦେଶରେ ଥିଲା । ବିଜୟୀ ହେବାକୁ ୩ ଓଭରରେ ୨୦ ରନ୍ ଆବଶ୍ୟକ ଥିବା ବେଳେ ଏହାପରେ ଯାହା ହୋଇଥିଲା ତାହା କେହି କଲ୍ପନା କରିନଥିଲେ । ୧୮ ତମ ଓଭରରେ ହେଲମେଟକୁ ନେଇ ଏକ ଅଘଟଣ ହୋଇଥିଲା । ଏହାପରେ ହାଇଦ୍ରାବାଦ ୪ ରନରେ ହିଁ ୬ ଓ୍ୱିକେଟ୍ ହରାଇ ଦେଇଥିଲା ।

୧୮ ଓଭରରେ ପଞ୍ଜାବ ଅଧିନାୟକ କେଏଲ ରାହୁଲ ଅର୍ଶଦୀପ ସିଂଙ୍କୁ ବୋଲିଂ ଦେଇଥିଲେ । କ୍ରିଜରେ ଥିଲେ ବିଜୟ ଶଙ୍କର ଓ ଜେସନ ହୋଲ୍ଡରଙ୍କ ଭଳି ବ୍ୟାଟସମ୍ୟାନ୍ । ଏହି ଓଭରର ପ୍ରଥମ ୩ ବଲରେ ୨ ରନ୍ ବ୍ୟୟ କରିଥିଲେ ଅର୍ଶଦୀପ । ଏହାର ପର ବଲରେ ବିଜୟ ଶଙ୍କର ରନ୍ ନେଉଥିବା ବେଳେ ଫିଲ୍ଡର ବଲ୍ ଥ୍ରୋ କରିଥିଲେ । ବଲ୍ ସିଧା ବିଜୟଙ୍କ ମୁଣ୍ଡରେ ବାଜିଥିଲା । ବିଜୟ ଆହତ ହୋଇଥିଲେ ମଧ୍ୟ ଖେଳ ଜାରି ରଖିଥିଲେ । ଏହାର ପରବର୍ତ୍ତୀ ବଲରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ବ୍ୟାଟସମ୍ୟାନ୍ ପ୍ୟାଭିଲିୟନ ଫେରିଥିଲେ ।  

   Related Posts