Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀକୁ ମାତ୍‌ ଦେଲା ରାଜସ୍ଥାନ
  • ||
  • ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ
  • ||
  • କାଳିଠୁ କୋଣାର୍କ ମନ୍ଦିର ବନ୍ଦ
  • ||
  • ଗ୍ୟାଙ୍ଗଷ୍ଚର ହାଇଦର ଗିରଫ ।। ତେଲେଙ୍ଗାନାରୁ ଗିରଫ କଲା ପୋଲିସ ।। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ।। ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରୁ ହୋଇଯାଇଥିଲା ଫେରାର
  • ||
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||

ପ୍ରେମରେ ପାଗଳ ଯୁବତୀ Ips ଅଫିସରଙ୍କୁ ଭେଟିବାକୁ ପଞ୍ଜାବରୁ ଚାଲିଆସିଲେ ମଧ୍ୟପ୍ରଦେଶ, ଜାଣନ୍ତୁ ତାଙ୍କର କାରନାମା

4/11/2019 at 7:54 PM

ଉଜ୍ଜୈନ: ଏପର୍ଯ୍ୟନ୍ତ ଆକ୍ଟର ଓ କ୍ରିକେଟରଙ୍କ ପଛରେ ଲୋକେ ପାଗଳ ହୋଇଥିବା ଶୁଣିଛନ୍ତି। ହେଲେ ଜଣେ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀଙ୍କ ପ୍ରେମରେ ପାଗଳ ଯୁବତୀଙ୍କୁ ପ୍ରଥମ ଥର ଭେଟିଛି ମଧ୍ୟପ୍ରଦେଶ ପୋଲିସ। ଯୁବତୀଙ୍କୁ ପୋଲିସ ବୁଝେଇ ବୁଝେଇ ନାକେଦମ ହେଲାଣି। ପୋଲିସର ଭାଷା ବୁଝୁନଥିବାରୁ ଯୁବତୀଙ୍କ ଅଭିଭାବକଙ୍କୁ ମଧ୍ୟ ଉଜ୍ଜୈନ ଡକାଗଲା। ହେଲେ ପୋଲିସର ସମସ୍ତ ଉଦ୍ୟମ ଏବେ ବିଫଳ ହୋଇଥିବା ବେଳେ ଏବେ ପିଜ୍ଜାଠୁ ଆରମ୍ଭ କରି ଯୁବତୀଙ୍କ ସବୁ ଫର୍ମାଇସ ପୋଲିସ ପୁରଣ କରୁଛି ।

ମିଳିଥିବା ସୂଚନା ଅନୁସାରେ ଉଜ୍ଜୈନରେ ଏସପି ଭାବେ ନିଯୁକ୍ତ ଆଇପିଏସ୍ ଅଫିସର ସଚ୍ଚିନ ଅତୁଲକରଙ୍କୁ ଭେଟିବା ଲାଗି ଯୁବତୀ ଆସିଥିଲା। ହେଲେ ବିନା କୌଣସି ଆପଏଣ୍ଟମେଣ୍ଟରେ ପୋଲିସ ତାଙ୍କୁ ଏସପିଙ୍କ ସହ ଭେଟିବାକୁ ଦେଇନଥିଲା। ଏଣୁ ଯୁବତୀ ବଦମାସୀ ଆରମ୍ଭ କରିଦେିଥିଲା। ଏସପି ଯେଉଁଠାକୁ ଯାଉଥିଲେ ଯୁବତୀ ପିଛା କରି ସେହି ସ୍ଥାନରେ ପହଞ୍ଚଯାଉଥିଲେ। ପୋଲିସ ତାଙ୍କୁ ଧରି ଅଟକ କରିବାରୁ ସେ ରାସ୍ତା ଭୁଲି ଚାଲି ଆସିଥିବାର ବାହାନା କରିଥିଲେ। ତେବେ ଯେତେବେଳେ ଯୁବତୀଙ୍କ ଅସଲ ଉଦ୍ଦେଶ୍ୟ ଜଣାପଡିଲା ପୋଲିସର ହାତପାଦ ଥଣ୍ଡା ହୋଇଗଲା।

ହେଲେ ଏସପି ବି ନଛୋଡ ବନ୍ଧା। ସେ ଅଧିକାରୀକ କାର୍ଯ୍ୟବାଦେ କାହାରିକୁ ଭେଟନ୍ତିନି ବୋଲି କହିବା ପରେ ଯୁବତୀଙ୍କୁ ବୁଝାସୁଝା କରିବା ଲାଗି ପଞ୍ଜାବରୁ ତାଙ୍କ ଅଭିଭାବକଙ୍କୁ ଡକାଇବାକୁ ପଡିଲା। ସେମାନେ ଉଜ୍ଜୈନ ପହଞ୍ଚି ଝିଅକୁ ସାଙ୍ଗରେ ନେଇଯିବାକୁ ଉଦ୍ୟମ କରି ବିଫଳ ହେବା ପରେ ପୋଲିସ ଯୁବତୀଙ୍କୁ ଏକ ସେଲ୍ଟର ହୋମରେ ରଖି ଏବେ ତାଙ୍କର କାଉନସେଲିଂ କରୁଥିବା ଜଣାପଡିଛି।

   Related Posts