Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ରୟାଲ୍‌ ଉପରେ କିଙ୍ଗସ୍‌ର ବିଜୟ, ୩୪ ରନ୍‌ରେ ଆରସିବିକୁ ମାତ୍‌ ଦେଲା ପଞ୍ଜାବ

30/04/2021 at 11:08 PM

ଅହମଦାବାଦ ୩୦/୪: ବେଙ୍ଗାଲରୁ ଉପରେ ପଞ୍ଜାବ କିଙ୍ଗସ୍‌ର ବିଜୟ। ୧୮୦ ରନ୍‌ ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ଆରସିବି ୧୪୫ ରନ୍‌ରେ ଅଟକିଯାଇଛି। ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ୍‌ ବିନିମୟରେ  ୧୪୫ ରନ୍‌ କରିପାରିଛି ଆରସିବି। ୧୯ ରନ୍‌ରେ ଦଳକୁ ପ୍ରଥମ ଝଟକା ଲାଗିଥିଲା।  ଦେବଦତ୍ତ ପାଡିକଲ୍‌ ୭ ରନ୍‌ କରି ଆଉଟ୍‌ ହୋଇଥିଲେ। ପରେ ଅଧିନାୟକ ବିରାଟ କୋହଲି ୩୫ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ।

ଆଜିର ମ୍ୟାଚ୍‌ରେ ଫ୍ଲଫ୍‌ ମାରିଥିଲେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ୍‌। ୦ ରନ୍‌ କରି ଆଉଟ ହୋଇଥିଲେ। ୬୨ ରନ୍‌ରେ ଦଳ ଦୁଇଟି ଓ୍ବିକେଟ୍‌ ହରାଇଥିଲା। ପରେ ପରେ ଡିଭିଲିୟର୍ସ, ରଜତ ପଟିଦର, ଶାହବାଜ ଅହମଦ, ଡାନିଏଲ୍‌ ସାମ୍ସ ଏବଂ ହର୍ଷଲ ପଟେଲ ଆଉଟ ହୋଇଥିଲେ। ସେପଟେ ପଞ୍ଜାବ କିଙ୍ଗସର ଦମଦାର ବୋଲିଂ ଦଳକୁ ସହଜ ବିଜୟ ଦେଇଛି। ହରପ୍ରୀତ ବ୍ରାର ୧୯ ରନ୍‌ରେ ସର୍ବାଧିକ ୩ଟି ଓ୍ବିକେଟ୍‌ ନେଇଥିଲେ। ରବି ବିଷ୍ଣୋଇ ୨, ରିଲେ ୧, ସାମି ୧ ଏବଂ କ୍ରିସ୍‌ ଜୋର୍ଡାନ ଗୋଟିଏ ଓ୍ବିକେଟ୍‌ ନେଇଥିଲେ।

ପ୍ରଥମେ ବ୍ୟାଟିଂ ପାଇଁ ପଡ଼ିଆକୁ ଆସିଥିବା ପଞ୍ଜାବ କିଙ୍ଗସ୍‌ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ବିନିମୟରେ ୧୭୯ ରନ୍‌ କରିଥିଲା। ଅଧିନାୟକ କେଏଲ ରାହୁଲ ସର୍ବାଧିକ ୯୧ ରନ୍‌ କରିଥିଲେ। ଗେଲ୍‌ ୨୪ ବଲ୍‌ରେ ୬ଚୌକା ଏବଂ ୨ ଛକା ବଳରେ ୪୬ ରନ୍‌ କରି ଆଉଟ ହୋଇଥିଲେ। ପ୍ରଭିସିମରନ୍‌ ୭, ଦୀପକ ହୁଡ୍ଡା ୫ ରନ୍‌ରେ ଆଉଟ୍‌ ହୋଇଥିବା ବେଳେ ହରପ୍ରୀତ ବ୍ରାର ୨୫ ରନ୍‌ କରି ଅପରାଜିତ ଥିଲେ।   

   Related Posts