କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ବାଙ୍ଗାଲୋରକୁ ୨୦୭ ରନ୍‌ର ଟାର୍ଗେଟ୍ ଦେଲା ପଞ୍ଜାବ

Published By : Prameya-News7 Bureau | September 24, 2020 IST

ଦୁବାଇ, ୨୪ ।୦୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗସ୍ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ଆଇପିଏଲର ଷଷ୍ଠ ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୦୬ ରନ୍ କରିଛି । ଦଳ ୩ ଓ୍ୱିକେଟ୍ ହରାଇ ୨୦୬ ରନ୍ ସଂଗ୍ରହ କରିଛି । ଏହାସହ ବାଙ୍ଗାଲୋରକୁ ୨୦୭ ରନ୍‌ର ଟାର୍ଗେଟ୍ ଦେଇଛି ।

ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବାଙ୍ଗାଲୋରକୁ ମହଙ୍ଗା ସାବ୍ୟସ୍ତ ହୋଇଛି । ଓପନିଂ ଯୋଡିରେ କ୍ରିଜରୁ ଓହ୍ଲାଇଥିବା କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ୱାଲ ଦଳକୁ ଭଲ ଆରମ୍ଭ ଦେଇଥିଲେ । ଉଭୟ ୫୭ ରନ୍‌ର ପାର୍ଟନରସିପ୍ କରିଥିଲେ । ମୟଙ୍କ ବ୍ୟକ୍ତିଗତ ୨୬ ରନ୍ କରି ଆଉଟ ହୋଇଥିଲେ । ତେବେ ରାହୁଲ  ବିସ୍ଫୋରକ ୧୩୨ ରନ୍ କରିଥିଲେ । ଦଳ ପକ୍ଷରୁ ନିକୋଲାସ ପୁରନ ୧୭, ଗ୍ଲେନ୍ ମାକ୍ସଓ୍ୱେଲ ୫ ରନ୍ କରିଥିଲେ । ଫଳରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ୱିକେଟ୍ ହରାଇ ୨୦୬ ରନ୍ କରିଥିଲା ।

ବାଙ୍ଗାଲୋର ପକ୍ଷରୁ ଶିବମ ଦୁବେ ୨ଟି ଓ୍ୱିକେଟ୍ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.