Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପଞ୍ଜାବ ରାଜନୀତିରେ ଥମୁନି ଝଡ : ବିଧାୟକ ପଦରୁ ଇସ୍ତଫା ଦେଲେ ସୁଖପାଲ

20/10/2021 at 12:03 PM

ଚଣ୍ଡୀଗଡ଼ ୨୦/୧୦ : ପଞ୍ଜାବ ରାଜନୀତିରେ ଅସ୍ଥିରତା ବଢିବାରେ ଲାଗିଛି । ମନ୍ତ୍ରୀ ଓ ବିଧାୟକ ମାନେ ଏବେ ବାରମ୍ୱାର ଇସ୍ତଫା ଦେବାରେ ଲାଗିଛନ୍ତି । ଏହି କ୍ରମରେ ଏବେ ଆଉଜଣେ ପଞ୍ଜାବର ଟାଣୁଆ କଂଗ୍ରେସ ନେତାଙ୍କ ନାମ ଯୋଡ଼ିଯାଇଛି ।

ପଞ୍ଜାବ ବିଧାନସଭାର ପୂର୍ବତନ ବିରୋଧୀଦଳ ନେତା (୨୦୦୭ -୨୦୧୨), ପଞ୍ଜାବ ଏକତା ପାର୍ଟିର ପ୍ରତିଷ୍ଠାତା ତଥା ବିଧାୟକ ସୁଖପାଲ ସିଂହ ଖେହେରା ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି । ସେ ଇସ୍ତଫା ଦେବା ସହ ତାଙ୍କର ଇସ୍ତଫା ପତ୍ର ବିଧାନସଭା ବାଚସ୍ପତିଙ୍କୁ ଦେଇଛନ୍ତି । ବାଚସ୍ପତି ମଧ୍ୟ ତାଙ୍କର ଇସ୍ତଫାପତ୍ରକୁ ସ୍ୱୀକାର କରିଛନ୍ତି । କିଛିଦିନ ପୂର୍ବରୁ ,କ୍ୟାପଟେନ ଅମରିନ୍ଦର ସିଂହ ତାଙ୍କର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ଏହାପରେ ଲଗାତାର ଅନ୍ୟ ମନ୍ତ୍ରୀଙ୍କ ସହିତ ବିଧାୟକ ମାନେ ମଧ୍ୟ ଇସ୍ତଫା ଦେବାରେ ଲାଗିଛନ୍ତି । ସୁଖପାଲ ସିଂହ ଖେହେରା ପଞ୍ଜାବର ଭୂଲଥ ବିଧାନସଭା କ୍ଷେତ୍ରରୁ ବିଧାୟକ ଥିଲେ । ୨୦୧୭ ମସିହାରେ ସେ କଂଗ୍ରେସ ଦଳ ଛାଡ଼ି ଆମ୍ ଆଦମି ପାର୍ଟିରେ ଯୋଗ ଦେଇଥିଲେ । ପୁଣି ସମୟକ୍ରମେ କଂଗ୍ରେସକୁ ଫେରିଥିଲେ।

   Related Posts