୧୫୦ ଜଣିଆ ପୋଲିସ୍‌ ଦଳକୁ ନେଇ ପଞ୍ଜାବ ପହଞ୍ଚିଲା ୟୁପି ପୋଲିସ୍‌, କଡ଼ା ସୁରକ୍ଷାରେ ଫେରିଲା ଡନ୍‌

Published By : Prameya-News7 Bureau | April 06, 2021 IST

ରୋପଡ଼, ୦୬/୦୪: ପଞ୍ଜାବର ରୋପଡ଼ ଜିଲ୍ଲାରେ ବନ୍ଦୀ ଥିବା ଉତ୍ତରପ୍ରଦେଶର ବାହୁବଳୀ ଡନ୍ ‌ମୁଖ୍‌କ୍ତାର ଅଂସାରୀକୁ ନେବା ପାଇଁ ୟୁପି ପୋଲିସ୍‌ ଆଜି ଏକ ଟିମ୍‌ ନେଇ ରୋପଡ଼ ପହଞ୍ଚିଛି । ଏହି ଟିମ୍‌ରେ ୧୫୦ ଜଣ ପୋଲିସ୍‌ ରହିଛନ୍ତି । ମୁଖ୍‌କ୍ତାରକୁ ୟୁପିର ବାନ୍ଦା ଜିଲ୍ଲାକୁ ଏହି ଟିମ୍‌ ଏକ ଆମ୍ବୁଲାନ୍ସରେ ନେଇ ବାହାରିଥିବା ଜଣାପଡ଼ିଛି । ଆମ୍ବୁଲାନ୍ସର ଆଗରେ ଏବଂ ପଛରେ ପୋଲିସ୍‌ର କଡ଼ା ସୁରକ୍ଷା ରହିଛି । ପାଖାପାଖି ୧୦ ଟି ଗାଡ଼ି ମଧ୍ୟରେ ଫୋର୍ସ ସହ ତାଙ୍କ ଗାଡ଼ିକୁ ନିଆଯାଉଥିବା ସୂଚନା ମିଳିଛି ।

ପାଖାପାଖି ୪୦ କିଲୋମିଟର ଯିବା ପରେ ମୁକ୍ତାର ଅନ୍‌ସାରୀକୁ ନେଇ ୟୁପି ପୋଲିସ୍ ର ସୁରକ୍ଷା କୋଡ୍‌ ମୋହାଲି ସହରରେ ପହଞ୍ଚିଛି । ଏହି କୋଡ୍‌ ସହିତ ସାତରୁ ଆଠଟି ପ୍ରାଇଭେଟ୍‌ ଗାଡ଼ି ମଧ୍ୟ ଯାଉଛି । କୁହାଯାଉଛି ଯେ ଏହି ଗାଡ଼ି ମାନଙ୍କ ଭିତରେ ମୁଖ୍‌କ୍ତାରଙ୍କ ଗାଡ଼ି ରହିଛି ।

ଆଜିଦିନ ୨ଟା ସମୟରେ ମୁଖ୍‌କ୍ତାରକୁ ନେଇ ୟୁପି ପୋଲିସ୍‌ର ଟିମ୍‌ ରୋପଡ଼ ଜିଲ୍ଲାରୁ ବାହାରିଥିଲା । ଟିମ୍‌ ରୋପଡ଼ ଜିଲ୍ଲାର ଦ୍ୱିତୀୟ ଗେଟ୍‌ ଦେଇ ବାହାଯାଇଥିଲା । ଜିଲ୍ଲା ପ୍ରଶାସନ ପ୍ରଥମେ ମେଡିକାଲ୍‌ ଟେଷ୍ଟ୍‌ କରି ୟୁପି ପୋଲିସ୍‌କୁ ହସ୍ତାନ୍ତର କରିଥିଲା । ଏଥିରେ ୫ ଜଣିଆ ଡାକ୍ତରୀ ଦଳ ସାମିଲ୍‌ ଥିଲେ । ପରେ ମୁଖ୍‌କ୍ତାରକୁ ପୂର୍ବରୁ ବାହାରେ ପ୍ରସ୍ତୁତ କରି ରଖାଯାଇଥିବା ଆମ୍ବୁଲାନ୍ସରେ ନେଇ ୟୁପି ଅଭିମୁଖେ ପୋଲିସ୍‌ ବାହାରିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.