ଚଣ୍ଡିଗଡ଼ ୨୦/୧: ପଞ୍ଜାବ ପୋଲିସରେ ‘ସିଙ୍ଘମ୍’ ନାଁରେ ପ୍ରସିଦ୍ଧ ଥିବା ଡିଏସପି ଅତୁଲ ସୋନିଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଆର୍ମସ୍ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି। ସେ ତାଙ୍କ ପତ୍ନୀଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ଘଟିଛି ଶନିବାର ରାତିରେ।
{"id":213712,"sizeSlug":"large"}ଅତୁଲ ସୋନି ଶନିବାର ବିଳମ୍ବିତ ରାତିରେ ଏକ ପାର୍ଟିରୁ ଘରକୁ ଫେରିଥିଲେ। ବିଳମ୍ବିତ ରାତିରେ ଘରକୁ ଫେରିଥିବା ଯୋଗୁଁ ପତ୍ନୀ ଘରର କବାଟ ବିଳମ୍ବରେ ଖୋଲିଥିଲେ।
{"id":213713,"sizeSlug":"large"}ଏହି କାରଣ ଯୋଗୁଁ ଡିଏସପି ରାଗରେ ଉତ୍ତ୍ୟକ୍ତ ହୋଇ ତାଙ୍କ ପତ୍ନୀଙ୍କ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ଗୁଳି ପତ୍ନୀଙ୍କ ଶରୀରରେ ବାଜିନଥିଲା।
{"id":213714,"sizeSlug":"large"}ଆକ୍ରମଣ ପରେ ଡିଏସପିଙ୍କ ପତ୍ନୀ ମୋହାଲି ଥାନା ପହଞ୍ଚି ଡିଏସପିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି।
{"id":213715,"sizeSlug":"large"}ଅତୁଲ ତାଙ୍କ ସର୍ଭିସ୍ ରିଭଲଭର ନ ଚଳାଇ ଅବୈଧ ରିଭଲଭରରେ ଗୁଳି ଚଳାଇଥିଲେ। ଅତୁଲଙ୍କ ପତ୍ନୀ ପଞ୍ଜାବ ପୋଲିସକୁ ମାମଲାରେ ବ୍ୟବହୃତ ହେଉଥିବା ରିଭଲଭର ହସ୍ତାନ୍ତର କରିଛନ୍ତି। ଅତୁଲ ସୋନି ଏବେ ଫେରାର ଅଛନ୍ତି।
{"id":213716,"width":583,"height":496,"sizeSlug":"large"}ଚଣ୍ଡିଗଡ଼ ବାସିନ୍ଦା ୫୦ବର୍ଷ ବୟସ୍କ ଡିଏସପି ଅତୁଲ ସୋନି ୧୯୯୨ମସିହାରେ ସବ୍-ଇନସ୍ପେକ୍ଟର ଭାବେ ପଞ୍ଜାବ ପୋଲିସରେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୧୮ମସିହାରେ ସେ ଡିଏସପି ହୋଇଥିଲେ। ଅତୁଲ ସୋନି ୩ଥର ଆନ୍ତର୍ଜାତୀୟ ହ୍ୟାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରତିନିଧିତ୍ବ କରିଥିଲେ।
{"id":213717,"width":587,"height":403,"sizeSlug":"large"}ଅତୁଲ ସୋନି ପଞ୍ଜାବ ପୋଲିସର ସେହି ୮ଜଣ ପୋଲିସ୍ ଅଫିସରଙ୍କ ସହ ସାମିଲ ଥିଲେ ଯେଉଁମାନେ ସଂଯୁକ୍ତ ରାଷ୍ଟ୍ରୀୟ ସଙ୍ଘର ଶାନ୍ତି ମିଶନ୍ ପାଇଁ ୨୦୦୬ମସିହାରେ କୋସୋଭୋ ଯାଇଥିଲେ। ପଞ୍ଜାବୀ ଫିଲ୍ମ ‘ବେଖ୍ବଫ ଜୁର୍ମ‘ ତାଙ୍କ ଜୀବନୀକୁ ନେଇ ଆଧାରିତ।
{"id":213718,"width":584,"height":437,"sizeSlug":"large"}ତାଙ୍କ ନାଁରେ ଅନେକ ବିବାଦ ଦେଖାଦେଇଛି। ତାଙ୍କୁ ଏୟାରପୋର୍ଟକୁ ବେଆଇନଭାବେ ବନ୍ଧୁକ ଗୁଳି ଆଣିବା ପାଇଁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଅପହରଣ ଏବଂ ଏକ୍ସାର୍ଟସନ୍ ମାମଲା ପୂର୍ବରୁ ରୁଜୁ ରହିଛି।
{"id":213719,"width":588,"height":489,"sizeSlug":"large"}