ହିଜବୁଲ୍ କମାଣ୍ଡର୍ ରିୟାଜ୍ ନାଇକୁର ଦୁଇ ସହଯୋଗୀ ଗିରଫ : ନଗଦ ୩୨ ଲକ୍ଷ ଟଙ୍କା ଜବତ

Published By : Prameya-News7 Bureau | May 08, 2020 IST

ଚଣ୍ଡୀଗଡ଼ ୦୮/୦୫ : ନିକଟରେ ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିବା ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ରିୟାଜ ଅହମଦ ନାଇକୁର ୨ ସହଯୋଗୀଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି | ବୁଧବାର ଦିନ ଅମୃତସରରୁ ଏହି ୨ ଜଣଙ୍କୁ ଗିରଫ କରାଯାଇଛି | ଏମାନେ ହିଜବୁଲ କମାଣ୍ଡର ନାଇକୁର ନିକଟତର ହିଲାଲ ଅହମଦ ବାଗେ ସହ ଜଡିତ | ବାଗେକୁ ଏପ୍ରିଲ ୨୫ ତାରିଖରେ ଗିରଫ କରାଯାଇଥିଲା | ଗତକାଲି ଗିରଫ ହୋଇଥିବା ୨ ଯୁବକ ହେଲେ ବିକ୍ରମ ସିଂହ (ବିକ୍କୀ) ଓ ମନିନ୍ଦର ସିଂହ (ମନି) | ଉଭୟ ଅମୃତସର ଅମରଦାସ ଏଭେନ୍ୟୁରେ ରୁହନ୍ତି ଏବଂ ପରସ୍ପର ସମ୍ପର୍କୀୟ ଭାଇ | ସୀମାରେ ଆତଙ୍କବାଦୀ ସହ ଜଡିତ ଥିବା ଯୋଗୁଁ ମାମଲାକୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସିକୁ ହସ୍ତାନ୍ତର କରାଯାଇଛି | ପଞ୍ଜାବ ଡିଜିପି ଦିନକର ଗୁପ୍ତା କହିଛନ୍ତି ଯେ, ହିଜବୁଲ ଆତଙ୍କୀ ହିଲାଲ ଅହମଦ ସହ ଜଡିତ ମାମଲାର ଯାଞ୍ଚ ସମୟରେ ହୋଇଥିବା ଖୁଲାସା ପରେ ଉଭୟଙ୍କୁ ଗିରଫ କରିବା ସମ୍ଭବ ହୋଇଥିଲା | ହିଲାଲ ଅହମଦ ପାଖକୁ ୨୯ ଲକ୍ଷ ଟଙ୍କା ପଠାଇବାକୁ ବିକ୍କୀ ଓ ମନିକୁ କୁହାଯାଇଥିଲା | ରଣଜିତ ସିଂହ ଏବଂ ଇକବଲ ସିଂହ ଏହି ଟଙ୍କା ତାଙ୍କୁ ଦେଇ ହିଲାଲ ଅହମଦକୁ ହସ୍ତାନ୍ତର କରିବାକୁ କହିଥିଲେ |

{"id":266483,"sizeSlug":"large"}

ବିକ୍କୀ ଓ ମନି ଠାରୁ ନଗଦ ୩୨ ଲକ୍ଷ ଟଙ୍କା ଏବଂ ଗୋଟିଏ କିଲୋ ହିରୋଇନ ଜବତ ହୋଇଛି | ରାଜ୍ୟରେ ଅସ୍ତ୍ର ଓ ନିଶା କାରବାର କରିବାକୁ ପାକିସ୍ତାନର ପ୍ରାୟୋଜିତ ଯୋଜନା ହୋଇଥିବା ଖୁଲାସା ହୋଇଛି | ଗିରଫବେଳେ ଉଭୟ ପାଖରୁ ନଗଦ ୨୦ ଲକ୍ଷ ଟଙ୍କା ଜବତ ହୋଇଛି | ବାକିତକ ଟଙ୍କା ଏମାନଙ୍କ ଘରୁ ଜବତ ହୋଇଥିଲା | ଡିଜିପି କହିଛନ୍ତି, ଭାରତ ପାକିସ୍ତାନ ସୀମାରେ ପ୍ରତିଦିନ ପାଖାପାଖି ୩ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି | ଏମାନେ ସମସ୍ତଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ପଞ୍ଜାବ ସରକାରଙ୍କ ଦ୍ୱାରା ରଚା ଯାଇଥିବା ଷଡଯନ୍ତ୍ର ବିରୋଧରେ କେନ୍ଦ୍ର ପର୍ଯ୍ୟନ୍ତ ସ୍ୱର ଉଠାଇବେ | ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ସୁରେଶ ମହାଜନ, ହରବିନ୍ଦର ସିଂହ, କପିଳ ହର, ଅର୍ଜୁନ ମଲ୍ଲିକ, ରଘୁ ଶର୍ମା, ସନ୍ଦୀପ ଧୱନ ଉପସ୍ଥିତ ଥିଲେ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.