Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୃତୀୟ ଦିନିକିଆ: ୩ ଓ୍ବିକେଟ୍‌ରେ ଶ୍ରୀଲଙ୍କା ବିଜୟୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୪୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୬ ଡିସଚାର୍ଜ
  • ||
  • ରାଜଧାନୀରେ ବଢୁଛି ଆକ୍ଟିଭ କେସ୍ : ଭୁବନେଶ୍ବରରୁ ଦିନକରେ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୫ ସୁସ୍ଥ
  • ||
  • କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ, ତଥାପି ଆସିନି ସମ୍ପୂର୍ଣ୍ଣ ଆଶ୍ୱସ୍ତିର ସମୟ, ସତର୍କତାର ମନ୍ତ୍ର ସହ ମୁଖ୍ୟମନ୍ତ୍ରୀ କହିଲେ- ସ୍ୱାସ୍ଥ୍ୟସେବାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା
  • ||
  • +୩ ରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା କୋର୍ସ, ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ||
  • ଜି.ଉଦୟଗିରି : ପୁଅ ଓ ଝିଅକୁ କୂଅରେ ଫିଙ୍ଗି ମାରିଦେଲେ, ବାପା ଓ ମା’ ଗିରଫ
  • ||
  • ଭୁବନେଶ୍ବର : ‘ନୀଳାଦ୍ରି ବିଜେ’ ଅବସରରେ ନ୍ୟୁଜ୍ ୭ ପ୍ରସ୍ତୁତ କଲା ଆଉ ୨ଟି ଓଡିଆ ଭଜନ- ‘ବଡଦାଣ୍ଡ କାନ୍ଦେ କଇଁକଇଁ’ ଓ ‘ଏତେ ଅଭିମାନ କିଆଁ’
  • ||
  • ସୁନ୍ଦରଗଡ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ମହିଳାଙ୍କ ସମେତ ୨ ଗୁରୁତର
  • ||
  • ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ : କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ଘରୋଇ ଦଳ
  • ||
  • ଗଜପତି : ଖୋଲିବ କି ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ : କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ଜେରା
  • ||

ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ମାମଲା: ଏବେ ସୁଦ୍ଧା ୮୦ ଜଣଙ୍କର ଗଲାଣି ଜୀବନ

1/08/2020 at 8:27 PM

ଚଣ୍ଡିଗଡ, ୦୧|୦୮: ପଞ୍ଜାବରେ ବିଷାକ୍ତ ମଦ ପିଇ ଜୀବନ ହାରିଥିବା ମୃତକଙ୍କ ସଂଖ୍ୟା ୮୦ରେ ପହଁଚିଛି । ଏହି ମାମଲାରେ ମୃତକଙ୍କ ପରିବାର ପ୍ରତି ରାଜ୍ୟ ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ତେବେ ପୋଲିସ ଏହି ଘଟଣାରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି । ଏବେସୁଦ୍ଧା ଶତାଧିକ ସ୍ଥାନରେ ଚଢାଉ କରାଯିବା ସହ ୧୭ଜଣଙ୍କୁ ଗିରଫ କରାଯାଇଛି ।

ମୃତକଙ୍କ ମଧ୍ୟରେ ତରନତାରନ ଜିଲ୍ଲାରୁ ୪୨ଜଣ ରହିଥିବା ବେଳେ ଅମୃତସରରେ ୧୧, ବଟାଲା ଓ ଗୁରୁଦାସପୁରରେ ୯ଜଣ ପ୍ରାଣ ହରାଇଛନ୍ତି । ପୋଲିସ ଏବେ ମୃତକଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରୁଛି । ପୋଲିସର କହିବାନୁସାରେ, ଅଧିକାଂଶ ପରିବାର କାର୍ଯ୍ୟାନୁଷ୍ଠାନ ଚାହୁଁନାହାଁନ୍ତି । ଏପରିକି ସାମ୍ନାକୁ ମଧ୍ୟ ଆସୁନାହାଁନ୍ତି । ଏପରିକି କିଛି ପୋଷ୍ଟମଟର୍ମ କରିବାକୁ ମଧ୍ୟ ଚାହୁଁନାହାଁନ୍ତି । ସେହିପରି ଆଉ କିଚି ପରିବାର ଲୋକେ ଏହି ମୃତ୍ୟୁ ବିଷାକ୍ତ ମଦ ପାଇଁ ହୋଇଥିବା ମାନିବାକୁ ନାରାଜ ।

ତରନତାରନର ଉପ ଜିଲ୍ଲାପାଳ କୁଲଓ୍ୱାନ୍ତ ସିଂ କହିଛନ୍ତି ଯେ, କିଛି ପରିବାର ସଦସ୍ୟ ପୋଲିସକୁ ସୂଚନା ନଦେଇ ଅନ୍ତିମ ସଂସ୍କାର କରିଦେଇଛନ୍ତି । ଏହି ମାମଲାରେ ପୋଲିସ ଜିଲ୍ଲାରେ ୧୦ଜଣଙ୍କୁ ଗିରଫ କରିଛି ।

   Related Posts