Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ବିରୋଧ : ସିଦ୍ଧୁଙ୍କ ଘରେ ପାଳନ ହେଲାନି ଦୀପାବଳି, ଝିଅ କହିଲେ କାରଣ

5/11/2021 at 7:14 PM

ଅମୃତସର ୫।୧୧:  ପଞ୍ଜାବ କଂଗ୍ରେସ ସଭାପତି ନଭଜ୍ୟୋତ ସିଂହ ସିଦ୍ଧୁଙ୍କ ଘରେ ଚଳିତବର୍ଷ ଦୀପାବଳି ପାଳନ ହୋଇନି। ତାଙ୍କ ଘରକୁ କେହି ଶୁଭେଚ୍ଛା ଜଣାଇବାକୁ ଆସି ନାହାନ୍ତି କି ତାଙ୍କ ଘରୁ କାହାକୁ ଶୁଭେଚ୍ଛା ବାର୍ତ୍ତା ପଠାଯାଇନି। ଦୀପାବଳି ପାଳିବେନି ବୋଲି ସିଦ୍ଧୁ ଆଗୁଆ ନିଜ ଗାଁ ପଟିଆଲା ଚାଲି ଯାଇଥିଲେ। ତେବେ ତାଙ୍କ ଅମୃତସର ଘରେ ଝିଅ ରାବିଆ ଥିଲେ। ହେଲେ ସେ ମଧ୍ୟ ଦୀପାବଳିରେ ଘରେ ଦିପଟିଏ ଜାଳି ନାହାନ୍ତି। ୩ କୃଷି ଆଇନକୁ ନେଇ ରାଜ୍ୟର ଚାଷୀ ବର୍ଷେ ହେଲା ଦିଲ୍ଲୀ ସୀମାରେ ଧାରଣା ଦେଇ ବସିଛନ୍ତି। ଏଥିରେ ରାଜ୍ୟରେ କି ହୋଲି କି ଦୀପାବଳି ବୋଲି ସେ କହିଛନ୍ତି।

ଚାଷୀଙ୍କ ପରିବାର ଏବେ ଆଶା ଆଶଙ୍କାରେ କାଳ କାଟୁଛନ୍ତି। ସେମାନେ ଯେତେବେଳେ ହର୍ଷୋଲ୍ଲାସର ପର୍ବକୁ ପାଳନ କରିପାରୁନାହାନ୍ତି ଆମେ କିପିରି ଖୁସି ହୋଇପାରିବା ବୋଲି ରାବିଆ ପ୍ରଶ୍ନ କରିଛନ୍ତି। ଏଣୁ ଏଥର ଦୀୱାଲୀ ଆମଲାଗି ନୁହେଁ ବୋଲି ସେ କହିଛନ୍ତି। ନଭଜୋତ ସିଦ୍ଧୁ ଅମୃତସର ନିର୍ବାଚନ ମଣ୍ଡଳିରୁ ପ୍ରତିଦ୍ୱନ୍ଦ୍ୱୀତା କରନ୍ତି। ତାଙ୍କ ଅନୁପସ୍ଥିତିରେ ଝିଅ ଏବେ କାମ ସମ୍ଭାଳି ନେଲେଣି। ସେ ରାଜନୀତି ପ୍ରତି ଆଗ୍ରହୀ ନୁହନ୍ତି ବୋଲି କହିଛନ୍ତି। ହେଲେ ବି ପିତାଙ୍କ କାମକୁ ସେ ଆଗକୁ ନେଇଯିବାକୁ ଚାହାନ୍ତି ବୋଲି କହିଛନ୍ତି।

ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ନେଇ ଦିଲ୍ଲୀ ସୀମାରେ ଧାରଣା ଦେଇଥିବା କୃଷକ ସଙ୍ଗଠନଙ୍କ ସମର୍ଥନରେ ଅମୃତ ସରରେ ସିଦ୍ଧୁଙ୍କ ଝିଅ କଳାପତାକା ଉତ୍ତୋଳନ କରିଥିଲେ। ପିତା ଘରେ ନଥିବା ଯୋଗୁ ତାଙ୍କ ଲାଗି ଚାଷୀଙ୍କ ସମର୍ଥନରେ ଝିଅ ଏହି କାମ ତୁଲେଇ ଦେଇଥିଲେ। ସେତେବେଳେ ସିଦ୍ଧୁଙ୍କ ଝିଅ ଚାଷୀଙ୍କ ସମର୍ଥନରେ ଜୟ ଜବାନ ଜୟ କିଷାନ ନାରା ମଧ୍ୟ ଦେଇଥିଲେ।

   Related Posts