Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କୃଷକ ଆନ୍ଦୋଳନରେ ମୃତ ଚାଷୀଙ୍କ ପରିଜନଙ୍କୁ ମିଳିବ ସରକାରୀ ଚାକିରୀ

27/09/2021 at 9:43 PM

ଚଣ୍ଡିଗଡ ୨୭।୯: ପଞ୍ଜାବ ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ସୋମବାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଚାଷୀ ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ ଭେଟି ସରକାରୀ ନିଯୁକ୍ତିପତ୍ର ପ୍ରଦାନ ନିମନ୍ତେ ତାଙ୍କ କ୍ୟାବିନେଟର ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପରିବାରର ଜଣେ ସଦସ୍ୟଙ୍କ ଲାଗି ଚାକିରୀ ନିଶ୍ଚିତ କରାଯିବ। ମିଳିତ କୃଷକମଞ୍ଚ ଭାରତ ବନ୍ଦ ଆହ୍ୱାନ ଦେଇଥିବା ବେଳେ ମନ୍ତ୍ରୀମାନଙ୍କ ଜରୁରି ବୈଠକ ଡକାଇ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଏ ନେଇ ତାଙ୍କ ଟ୍ୱିଟରରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏଥିରେ ମିଳିତ କୃଷକ ମଞ୍ଚର ଭାରତ ବନ୍ଦ ପରିପ୍ରେକ୍ଷୀରେ ନବଗଠିତ ମନ୍ତ୍ରୀମଣ୍ଡଳର ଜରୁରି ବୈଠକ ଡକାଯାଇଥିଲା ବୋଲି ଉଲ୍ଲେଖ କରିଛନ୍ତି। ବୈଠକରେ କୃଷକଙ୍କ ପ୍ରତି ସରକାରଙ୍କ ସମର୍ଥନ ଜଣାଇବାକୁ ପ୍ରସ୍ତାବ ଗୃହୀତ ହୋଇଛି। ସେ କହିଛନ୍ତି ଯେ ବୈଠକର ନିଷ୍ପତ୍ତି ଅନୁସାରେ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଆନ୍ଦୋଳନରେ ପ୍ରାଣହରାଇଥିବା ଚାଷୀଙ୍କ ପରିବାରଙ୍କୁ ଭେଟି ମନ୍ତ୍ରୀମାନେ ସରକାରୀ ନିଯୁକ୍ତି ପତ୍ର ପ୍ରଦାନ କରିବେ।

ଏଥିଲାଗି ବର୍ତ୍ତମାନ ପର୍ଯ୍ୟନ୍ତ ୧୫୫ଟି ନିଯୁକ୍ତି ପତ୍ର ପ୍ରସ୍ତୁତ ଥିବା ଓ ଅନ୍ୟ ମାମଲାଗୁଡିକର ତୁରନ୍ତ ସତ୍ୟାପନ ଲାଗି କ୍ୟାବିନେଟ୍ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଉଲ୍ଲେଖ କରିଛନ୍ତି। ତେବେ ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ସେ କେନ୍ଦ୍ର ସରକାରଙ୍କୁ ୩ କୃଷି ଆଇନ ପ୍ରତ୍ୟାହାର କରନ୍ତୁ ବୋଲି ନିବେଦନ କରିଥିଲେ। ଏଥିରେ ଚାଷୀମାନେ ଦୀର୍ଘ ୧ ବର୍ଷ କାଳ ହେଲା ଆନ୍ଦୋଳନ ଚଳାଇଛନ୍ତି ଏଣୁ ଏବେ ସେମାନଙ୍କ ଦାବି ଶୁଣିବାର ସମୟ ଆସିଯାଇଥିବା ଉଲ୍ଲେଖ କରିଥିଲେ।  

   Related Posts