ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଏବେ ହୋଇପାରିବ ବିନା ଆକାଉଣ୍ଟରେ ଏଟିଏମ୍ କାର୍ଡ଼ : ଜାଣନ୍ତୁ କିପରି?

Published By : Prameya-News7 Bureau | April 07, 2019 IST

ନୂଆଦିଲ୍ଲୀ ୭/୪: ଯେକୈାଣସି ବ୍ୟାଙ୍କରେ ଆପଣଙ୍କ ଆକାଉଣ୍ଟ ଥିଲେ ଏଟିଏମ୍ କାର୍ଡ଼ ହୋଇଥାଏ। କିନ୍ତୁ ଦେଶର ଏକ ବଡ଼ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବେ ବିନା ଆକାଉଣ୍ଟରେ ମଧ୍ୟ ଏଟିଏମ କାର୍ଡ଼ କରିବାର ସୁବିଧା ପ୍ରଦାନ କରୁଅଛି। ଏହା ଏକ ପ୍ରିପେଡ଼ କାର୍ଡ଼ ହେବ ଯାହାକୁ ଯାହାକୁ ପ୍ରଥମେ ରିଚାର୍ଜ କରିବାକୁ ହେବ ଏହାପରେ ବ୍ୟବହାର କରିହେବ। ଏଥିପାଇଁ ବ୍ୟାଙ୍କରେ ଆକାଉଣ୍ଟ ହେବା ଜରୁରୀ ନୁହେଁ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏହି ପ୍ରିପେଡ଼ କାର୍ଡ଼ର ନାଁ ହେଉଛି ପିଏନବି ସୁବିଧା କାର୍ଡ଼। ସୁବିଧା କାର୍ଡ଼ ହେଉଛି ଏହାକୁ ଆପଣ ନିଜ ଆବଶ୍ୟକତା ଅନୁସାରେ ବ୍ୟବହାର କରି ପାରିବେ। ଏଥିରେ ସେତିକି ଟଙ୍କା ରହିବ ଯେତିକି ଆପଣ ଚାହିଁବେ।

{"id":101167,"width":594,"height":395}

ପିଏନବିର ସୁବିଧା କାର୍ଡ଼ ଏକ କାର୍ଡ଼ ଏଟିଏମ୍ ଭଳି ହୋଇଥାଏ,କିନ୍ତୁ ଏଥିରେ ଟଙ୍କା ଆପଣଙ୍କ ଇଚ୍ଛା ଅନୁସାରେ ଜମା କରାଯିବ। ଏହି ପ୍ରିପେଡ଼ କାର୍ଡ଼ରେ ଆକାଉଣ୍ଟଧାରୀ ନିଜ ଆକାଉଣ୍ଟରୁ ନିଜ ଇଚ୍ଛାରେ ଟଙ୍କା ଜମା କରି ପାରିବେ।

{"id":101168,"width":596,"height":397}

ଏଥିରେ ଅତି କମରେ ୫୦୦ଟଙ୍କାରୁ ଆରମ୍ଭ କରି ଅତି ବେଶୀରେ ୫୦,୦୦୦ଟଙ୍କା ଯାଏଁ ରିଚାର୍ଜ କରିହେବ। ସୁବିଧା କାର୍ଡ଼ର ବୈଧତା ୩ବର୍ଷ ଯାଏଁ ରହିବ। ଏହି ପ୍ରିପେଡ଼ କାର୍ଡ଼ କରିବା ପାଇଁ ପିଏନବିରେ କେଓ୍ବାଇସି କରିବାକୁ ପଡ଼ିବ। କେଓ୍ବାଇସି କରିବା ପରେ କିଛି ଜରୁରୀ କାର୍ଯ୍ୟ ପରେ ବ୍ୟାଙ୍କ ଆପଶଙ୍କ ନାଁରେ ଏହି ସୁବିଧା କାର୍ଡ଼ ଜାରି କରିବ। ଏହି ସୁବିଧା ପ୍ରିପେର୍ଡ଼ ବଜାର ସହ ସ୍ବାଇପ୍ ମେସିନରେ ମଧ୍ୟ ପ୍ରଚଳିତ ହେବ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.