Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ପଞ୍ଜାବୀ ମଡେଲ ରିମା ମୋଙ୍ଗାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା

2/11/2021 at 11:08 PM

ନୂଆଦିଲ୍ଲୀ, ୦୨/୧୧: ପଞ୍ଜାବୀ ମଡେଲ ରିମା ମୋଙ୍ଗା(ରିମା ଫତାଲେ)ଙ୍କ ଅଷ୍ଟ୍ରେଲିଆର ପର୍ଥରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରିମାଙ୍କ ଗାଡ଼ି ଏକ ପାର୍କ ଅଞ୍ଚଳରେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଗାୟକ ହରସିମରନ ରିମା ମୋଙ୍ଗାଙ୍କ ମୃତ୍ୟୁକୁ ନେଇ ପ୍ରଥମେ ସୂଚନା ଦେଇଛନ୍ତି। ଗତ ମାସରେ ରିଲିଜ୍‌ ହୋଇଥିବା ହରସିମରଙ୍କ ଗୀତରେ ରିମା ଅଭିନୟ କରିଥିଲେ।

ଜଣେ ଫିଟନେସ୍ ମଡେଲ ଭାବରେ ରିମା ଅନେକ ବ୍ୟୁଟି ପ୍ରତିଯୋଗିତାରେ ଭାଗ ନେଇଥିଲେ । ତେବେ ତାଙ୍କର ମୃତ୍ୟୁ ଖବର ମିଳିବା ପରେ ରିମା ଆତ୍ମହତ୍ୟା କରିଥିବା ନେଇ ମିଛ ଚର୍ଚ୍ଚା ହେଉଛି।   ପୁଲିସ ଏହି ଘଟଣାର ତଦନ୍ତ କରୁଛି। ରିମାଙ୍କ ମୃତ୍ୟୁର ଦୁଃଖଦ ଖବର ପ୍ରଥମେ ତାଙ୍କ ବନ୍ଧୁ ୟାସ୍ମିନ ସୋସିଆଲ ମିଡିଆରେ ସେୟାର କରିଥିଲେ।

ପଞ୍ଜାବର ଜଳନ୍ଧର ସହରରେ ଜନ୍ମଗ୍ରହଣ କରିଥିବା ରିମାଙ୍କ ପିତା ଓ ଭାଇ ଏ ଦୁଃଖଦ ଖବରପାଇ ଭାଙ୍ଗି ପଡ଼ିଛନ୍ତି। ସୂଚନାଯୋଗ୍ୟ, ରିମା ଜଣେ ଜଣାଶୁଣା ମଡେଲର ଥିଲେ। ରିମା ୨୦୨୦ ଅଷ୍ଟ୍ରେଲିୟନ  ଗ୍ୟାଲାକ୍ସି ଫିଟନେସରେ ଭାଗ ନେଇଥିଲେ ।  ଏହା ସହିତ ୨୦୨୦ରେ ‘ମିସ୍ ଚ୍ୟାରିଟି ଅଷ୍ଟ୍ରେଲିଆ’ ଟାଇଟଲ୍ ଜିତିଥିଲେ |

   Related Posts