Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ଆନ୍ଦୋଳନ ନା ଆତଙ୍କରାଜ ? ପଞ୍ଜାବରେ ୧୫୦୦ରୁ ଅଧିକ ମୋବାଇଲ ଟାଓ୍ୱାରରେ ଭଙ୍ଗାରୁଜା କଲେ କୃଷକ ସଙ୍ଗଠନ

29/12/2020 at 8:43 AM

ଚଣ୍ଡିଗଡ,୨୯/୧୨:  କୃଷକ ଆନ୍ଦୋଳନ ଧିରେଧିରେ ଉଗ୍ରରୂପ ଧାରଣ କରିବାରେ ଲାଗିଲାଣି । ପଞ୍ଜାବରେ କୃଷକଙ୍କ ଆକ୍ରୋଶର ଶିକାର ହୋଇଛି ମୋବାଇଲ ଟାଓ୍ୱାର । ରିପୋର୍ଟ ଅନୁସାରେ, ରାଜ୍ୟରେ ଥିବା ୧୫୦୦ରୁ ଅଧିକ ମୋବାଇଲ ଟାଓ୍ୱାରକୁ କୃଷକମାନେ ଭାଙ୍ଗିରୁଜି ଦେଇଛନ୍ତି । ଅନେକ ଟାଓ୍ୱାରର ବିଦ୍ୟୁତ ସରବରାହ ବିଛିନ୍ନ ହୋଇଛି । ଆଉ କିଛି ସ୍ଥାନରେ ତାରକୁ ମଧ୍ୟ ପୋଡି ଦିଆଯାଇଛି ।

ଅଭିଯୋଗ ହେଉଛି ଯେ, ନୂଆ କୃଷି ଆଇନକୁ ବିରୋଧ କରୁଥିବା ଅନ୍ନଦାତା ଓ ତାଙ୍କର ସହଯୋଗୀ ସଙ୍ଗଠନ ମୋବାଇଲ ଟାଓ୍ୱାରକୁ କ୍ଷତି ପହଁଚାଇଛନ୍ତି । ଏହାପୂର୍ବରୁ କୃଷକମାନେ ପେଟ୍ରୋଲ ଟାଙ୍କି, ରିଲାଏନ୍ସ ରିଟେଲରେ ମଧ୍ୟ ଭଙ୍ଗାରୁଜା କରିଥିଲେ ।

ଗତ କିଛିଦିନ ଧରି ପଞ୍ଜାବରେ ମୋବାଇଲ ଟାଓ୍ୱାରରୁ ପାଓ୍ୱାର କାଟିବା ଓ ତାର ପୋଡି ଦେବା ଘଟଣା ସାମ୍ନାକୁ ଆସୁଛି । କୃଷକମାନେ ଭାବୁଛନ୍ତି ଯେ ନୂଆ କୃଷି ଆଇନ ମୁକେଶ ଅମ୍ବାନୀ, ଗୌତମ ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କୁ ଫାଇଦା ଦେବ । ତେଣୁ କୃଷକମାନେ ଏପରି କରି ନିଜର ଅସନ୍ତୋଷ ଜାହିର କରୁଛନ୍ତି ।

ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ, କୃଷକମାନେ ମୋବାଇଲ ଟାଓ୍ୱାରରେ ଲାଗିଥିବା ଜେନେରଟରକୁ ମଧ୍ୟ ଲେଇ ଯାଇଛନ୍ତି । ଏପରିକି ମୋବାଇଲ ଟାଓ୍ୱାର ଜଗୁଥିବା କିଛି କର୍ମଚାରୀଙ୍କୁ ମଧ୍ୟ ଧମକଚମକ ଦିଆଯାଉଥିବା ମାମଲା ସାମ୍ନାକୁ ଆସୁଛି ।

ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ । ସେ କହିଛନ୍ତି ଯେ, ରାଜ୍ୟରେ ଅରାଜକତାକୁ ସ୍ଥାନ ଦିଆଯିବ ନାହିଁ । ରାଜ୍ୟରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ବିରୋଧରେ ରୋକ୍ ନାହିଁ । କିନ୍ତୁ ସମ୍ପତ୍ତିକୁ ନଷ୍ଟ କଲେ ଏହାକୁ ପ୍ରଶୟ ଦିଆଯିବ ନାହିଁ । ଏହାସହ ଏହା ବିରୋଧରେ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts