Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ହାଇଦ୍ରାବାଦର ବୃହତ ବିଜୟ, ୬୯ ରନରେ ହାରିଲା କିଙ୍ଗସ୍ ଏକାଦଶ ପଞ୍ଜାବ

8/10/2020 at 11:28 PM

ଦୁବାଇ, ୦୮ ।୧୦: ଆଇପିଏଲର ୨୨ ତମ ମ୍ୟାଚରେ କିଙ୍ଗସ୍ ଏକାଦଶ ପଞ୍ଜାବକୁ ୬୯ ରନରେ ପରାସ୍ତ କରି ସନରାଇଜର୍ସ ହାଇଦ୍ରାବାଦ । ହାଇଦ୍ରାବାଦ ପକ୍ଷରୁ ଦିଆଯାଇଥିବା ୨୦୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ ୧୩୨ ରନରେ ଅଟକି ଯାଇଥିଲା । ତେବେ ହାଇଦ୍ରାବାଦ ବିଜୟ ଟ୍ରାକକୁ ଫେରିଛି ।  

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ହାଇଦ୍ରାବାଦ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା । ଯାହା ଦଳର ମଜବୁତ ମୂଳଦୁଆ ପକାଇଥିଲା ।  ଓପନର ଜନି ବେୟରଷ୍ଟୋ ୫୫ ରନରୁ ବିସ୍ଫୋରକ ୯୭ ରନ୍ କରିଥିବା ବେଳେ ଡେଭିଡ୍ ଓ୍ୱାର୍ଣ୍ଣର ୪୦ ବଲରୁ ୫୨ ରନ୍ କରିଥିଲେ । ଉଭୟ ପଞ୍ଜାବର କୌଣସି ବୋଲରଙ୍କୁ ଖାତିର ନକରି ଷ୍ଟାଡିୟମର ସବୁ ଦିଗରେ ସଟ୍ ଖେଳିଥିଲେ । ଉଭୟ ଖେଳାଳିଙ୍କ ପ୍ରହାରରୁ ବୋଲରଙ୍କୁ ନିସ୍ତାର ମିଳିନଥିଲା । ତେବେ ଏହି ଦୁଇ ଖେଳାଳି ଆଉଟ୍ ହେବା ପରେ ରନ୍ ଗତି ଧିମେଇ ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମନିଷ ପାଣ୍ଡେ ୧ ରନ୍ ଓ ଅବ୍ଦୁଲ ସାମଦ ୮ ରନ୍ କରି ଆଉଟ ହୋଇଥିଲେ । କେନ୍ ଓ୍ୱିଲିୟମସନ୍ ରନ୍ ୨୦ କରି ଅପରାଜିତ ରହିଥିଲେ । ଫଳରେ ଦଳ ୬ ଓ୍ୱିକେଟ୍ ହରାଇ ୨୦୧ ରନ୍ କରିଥିଲା ।

ବେୟରଷ୍ଟୋ ୬ଟି ଛକା ଓ ୭ଟି ଚୌକା ଲଗାଇଥିବା ବେଳେ ଓ୍ୱାର୍ଣ୍ଣର ୧ ଛକା ଓ ୪ ଚୌକା ଲଗାଇଥିଲେ । ପଞ୍ଜାବ ପକ୍ଷରୁ ରବି ବିଷ୍ଣୋଇ ତିନୋଟି  ଓ୍ୱିକେଟ୍ ନେଇଥିବା ବେଳେ ଆର୍ଶଦୀପ ସିଂ ଦୁଇଟି ଓ ମହମ୍ମଦ ସାମି ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

ତେବେ ୨୦୨ରନର ପିଛା କରୁଥିବା ପଞ୍ଜାବ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା । ଆଜି କେଏଲ ରାହୁଲ କିମ୍ବା ମୟଙ୍କ ଅଗ୍ରଓ୍ୱାଲଙ୍କ ବ୍ୟାଟ୍ ଚାଲି ନଥିଲା ।  ଦଳ ସଅଳ ଓ୍ୱିକେଟ୍ ହରାଇଥିଲା । ରାହୁଲ ୧୧ ରନ୍ କରି ଆଉଟ ହୋଇଥିବା ବେଳେ ମୟଙ୍କ ୯ ରନ୍ କରିଥିଲେ । ତେବେ ନିକୋଲାସ ପୁରନ ଏକା ସଙ୍ଘର୍ଷ ଜାରି ରଖିଥିଲେ ।  ରନ୍ ରେଟ୍ ଅଧିକ ଥିଲେ ମଧ୍ୟ ଲଗାତାର ଓ୍ୱିକେଟ୍ ହରାଇବା ଦଳ ପାଇଁ ସଙ୍କଟ ସୃଷ୍ଟି କରିଥିଲା ।  ଶେଷରେ ପୁରନ ୭୭ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ପଞ୍ଜାବ ବିଜୟ ଆଶା ମଉଳି ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍ ମାକ୍ସଓ୍ୱେଲ ୭ ଓ ପ୍ରାଭସିମ୍ରନ ସିଂ ୧୧ ରନ୍ କରି ଆଉଟ୍ ହୋଇଥିଲେ । ଦଳ ମାତ୍ର ୧୬.୫  ଓଭରରେ ୧୩୨ରେ ଅଲଆଉଟ୍ ହୋଇଯାଇଥିଲା ।

ହାଇଦ୍ରାବାଦ ପକ୍ଷରୁ ରଶିଦ ଖାନ ତିନୋଟି ଓ୍ୱିକେଟ୍ ନେଇଥିବା ବେଳେ ଖଲିଲ ଅହମ୍ମଦ, ଟି ନଟରାଜନ ୨ଟି ଲେଖାଏଁ  ଓ ଅଭିଷେକ ଶର୍ମା ଗୋଟିଏ ଓ୍ୱିକେଟ୍ ନେଇଥିଲେ । 

   Related Posts