IPL 2021 : ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂରେ ଚିତ୍‌ପଟାଙ୍ଗ ଧୋନୀ ବାହିନୀ, ଚେନ୍ନାଇର ଲଗାତାର ତୃତୀୟ ପରାଜୟ

Published By : Prameya-News7 Bureau | October 07, 2021 IST

ଦୁବାଇ ୦୭/୧୦ : ଆଇପିଏଲର ଆଜିର ମ୍ୟାଚରେ ସହଜ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗସ୍‌ । ୧୩୫ ରନର ପିଛା କରିବାକୁ ଯାଇ ମାତ୍ର ୧୩ ଓଭରରେ ୧୩୯ ରନକରି ଲକ୍ଷ୍ୟ ହାସଲ କରିନେଇଛି ପଞ୍ଜାବ କିଙ୍ଗସ୍‌ । ଦଳ ପକ୍ଷରୁ ଅଧିନାୟକ ଲୋକେସ ରାହୁଲ ବିସ୍ଫୋରକ ବ୍ୟାଟିଂକରି ଚେନ୍ନାଇ ଉପରେ ଏକା ଭାରି ପଡିଥିଲେ । ଯାହା ଫଳରେ ୪୨ ବଲ ଏବଂ ହାତରେ ୬ ଓ୍ବିକେଟ ବାକିଥାଇ ମ୍ୟାଚ୍‌ ବିଜୟୀ ହୋଇଛି ପିବିକେଏସ୍‌ ।ପଞ୍ଜାବ ପାଇଁ ୧୩୫ର ବିଜୟ ଲକ୍ଷ୍ୟ ଥିବା ବେଳେ ଅଧିନାୟକ ଲୋକେସ ରାହୁଲ ଏକାକି ୯୮ ରନ କରି ଅପରାଜିତ ଅଛନ୍ତି ।

ପଞ୍ଜାବ କିଙ୍ଗସ୍ ପକ୍ଷରୁ ଓପନିଂ ବ୍ୟାଟିଂ ଆସିଥିବା ଲୋକେସ ରାହୁଲ ଏବଂ ମୟଙ୍କ ଅଗ୍ରଓ୍ବାଲ ବିସ୍ଫୋରକ ଆରମ୍ଭ କରିଥିଲେ । ମୟଙ୍କ ମାତ୍ର ୧୨ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟପଟେ କେଏଲ୍‌ ରାହୁଲ ଦମଦାର ସଟ୍‌ମାନ ଖେଳିଥିଲେ । ସେ ମାତ୍ର ୪୨ ବଲରୁ ୭ ଚୌକା ଏବଂ ୮ ଛକା ବଳରେ ୯୮ ରନ କରି ଅପରାଜିତ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସର୍ଫରାଜ୍‌ ଖାନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଶାହାରୁଖ ଖାନ ୮ ଏବଂ ମାର୍କରମ୍‌ ୧୩ ରନକରି ଆଉଟ ହୋଇଛନ୍ତି । ମୋସେସ୍‌ ହେନରିକ୍ସ ୩ ରନକରି ଅପରାଜିତ ଅଛନ୍ତି ।

ଚେନ୍ନାଇ ସୁପର କିଙ୍ଗସ୍‌ର ବୋଲରମାନେ ବ୍ୟୟବହୁଳ ସାବ୍ୟସ୍ତ ହୋଇଛନ୍ତି । ଦଳ ପକ୍ଷରୁ କୌଣସି ଜଣେ ବି ବୋଲର ଭଲ ବୋଲିଂ କରିବାକୁ ସକ୍ଷମ ହୋଇନାହାନ୍ତି । ଦୀପକ ଚହର ୪ ଓଭରରେ ୪୮ ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, ଜୋସ୍‌ ହେଜେଲଉଡ୍‌ ୩ ଓଭରରେ ୨୨ରନ, ଶାର୍ଦ୍ଦୁଳ ଠାକୁର ୩ ଓଭରରେ ୨୮ରନ ୩ ଓ୍ବିକେଟ, ରବୀନ୍ଦ୍ର ଜାଡେଜା ୧ ଓଭରରେ ୯ ରନ ଏବଂ  ଡ୍ବେନ୍‌ ବାଭ୍ରୋ ୨ ଓଭରରେ ୩୨ ରନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.