Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମୁମ୍ବାଇ ଉପରେ କିଙ୍ଗସ୍‌ର ବିଜୟ, ୯ ଓ୍ବିକେଟ୍‌ରେ ଜିତିଲା ପଞ୍ଜାବ

23/04/2021 at 11:03 PM

ମୁମ୍ବାଇ ୨୩/୩:  ମୁମ୍ବାଇ ଉପରେ କିଙ୍ଗସ୍‌ର ବିଶାଳ ବିଜୟ। ୯ ଓ୍ବିକେଟରେ ବିଜୟ ଲକ୍ଷ ହାସଲ କଲା ପଞ୍ଜାବ କିଙ୍ଗସ୍‌। ଅଧିନାୟକ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ଦଳକୁ ସହଜ ବିଜୟ ଆଣିଦେଇଛି। ୫୩ ରନ୍‌ରେ ଦଳକୁ ପ୍ରଥମ ଝଟକା ଲାଗିଥିଲା । ମୟଙ୍କ ଅଗ୍ରଓ୍ବାଲ ୨୫ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ। ପରେ ଗେଲ୍‌ ପଡ଼ିଆକୁ ଓହ୍ଲାଇଥିଲେ। ରାହୁଲଙ୍କ ସହ କ୍ରିସ୍‌ ଗେଲ୍‌ଙ୍କ ପାର୍ଟନରସିପ୍‌ ଦଳକୁ ବିଜୟୀ କରିଛି। ୧୭.୪ ଓଭରରେ ପଞ୍ଜାବ କିଙ୍ଗସ୍‌ ୧୩୨ ରନ୍‌ କରିଛି। କ୍ରିସ୍‌ ଗେଲ୍‌ ୪୩ ଏବଂ ରାହୁଲ ୬୦ ରନ୍‌ କରି ଅପରାଜିତ ଅଛନ୍ତି।

ଆଜିର ମ୍ୟାଚରେ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା ମୁମ୍ବାଇ । ମୁମ୍ବାଇର ବ୍ୟାଟିଂ ବିପର୍ଯ୍ୟାୟ ଯୋଗୁଁ ଦଳ ବଡ ସ୍କୋର କରିବାକୁ ସକ୍ଷମ ହୋଇପାରିନଥିଲା ।

ମୁମ୍ବାଇ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୬୩ ରନ କରିଥିଲେ ଯେଉଁଥିରେ ୨ ଟି ଛକା ଏବଂ ୫ଟି ଚୌକା ଅନ୍ତର୍ଭୁକ୍ତ । ଅନ୍ୟମାନଙ୍କ ମଧ୍ୟରେ ଡିକକ୍‌ ୩ ରନ, ଇଶାନ କିଷନ ୬, ସୂର୍ଯ୍ୟକୁମାର ଯାଦବ ୩୩, ହାର୍ଦ୍ଧିକ ପାଣ୍ଡ୍ୟା ୧ ରନ, ଏବଂ କ୍ରୁନାଲ ପାଣ୍ଡ୍ୟା ୩ କରି ଆଉଟ ହୋଇଥିଲେ । କିରଣ ପୋଲାର୍ଡ ୧୬ ରନ କରିଥିଲେ ।

ପଞ୍ଜାବ ପକ୍ଷରୁ  ରବି ବିଷ୍ଣୋୟୀ ଚମତ୍କାର ବୋଲିଂ କରିଥିଲେ । ବିଷ୍ଣୋୟୀ ୪ ଓଭରରେ ମାତ୍ର ୨୧ ରନ ଦେଇ ୨ଟି ଓ୍ବିକେଟ ନେଇଥିବା ବେ​‌ଳେ, ହେନରିକ୍ସ୍ ୩ ଓଭରରେ ୧୨ ରନ, ଦୀପକ ହୁଦା ୩ ଓଭରରେ ୧୫ ରନ, ୧ ଓ୍ବିକେଟ୍, ମହମ୍ମଦ ସାମୀ ୪ ଓଭରରେ ୨୧ ରନ ୨ ଓ୍ବିକେଟ୍‌, ଫାବିୟାନ ଆଲେନ୍‌ ୩ ଓଭରରେ ୩୦ ରନ ଅର୍ଷଦୀପ ସିଂହ ୩ ଓଭରରେ ୨୮ ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିଲେ ।

   Related Posts