ଶେଷ ବଲ୍‌ ଯାଏ ଜୋରଦାର ଲଢ଼େଇ: ସାମସନଙ୍କ ଶତକୀୟ ପାଳି ବେକାର, ୪ ରନ୍‌ରେ ଜିତିଲା ପଞ୍ଜାବ

Published By : Prameya-News7 Bureau | April 12, 2021 IST

ମୁମ୍ବାଇ ୧୨/୪: ୪ ରନ୍‌ରେ ଜିତିଲା ପଞ୍ଜାବା କିଙ୍ଗସ୍‌। ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ ଶତକୀୟ ପାଳି ଗଲା ବେକାର । ୨୦ ଓଭର ଶେଷ ବେଳକୁ ୨୧୭ ରନ୍‌ କରିବାରେ ସକ୍ଷମ ହେଲା ରାଜସ୍ଥାନ ରୟାଲ୍ସ। ଶେଷ ବଲ୍‌ରେ ଆଶା ଥିଲେ ସଞ୍ଜୁ। ଶତକୀୟ ପାଳି ଖେଳିଥିବା ସଞ୍ଜୁ କିନ୍ତୁ ଶେଷ ବଲ୍‌ରେ ୬ ମାରିବା ପରିବେର୍ତ ଆଉଟ ହୋଇଗଲେ।

ରୋମାଞ୍ଚକର ମ୍ୟାଚରେ ବାଜି ମାରିନେଲା ପଞ୍ଜାବ କିଙ୍ଗସ୍ । ରାଜସ୍ଥାନ ରୟାଲ୍ସ ଟିମକୁ ୪ ରନରେ ପରାସ୍ତ କରିଛି ପଞ୍ଜାବ। ସଞ୍ଜୁ ସାମସନ୍‌ ୧୧୯ ରନର ଧୂଆଁଦାର ଶତକୀୟ ଇନିଂସ୍‌ ଖେଳିଥିବା ସତ୍ତ୍ବେ ପରାଜିତ ହୋଇଛି ରାଜସ୍ଥାନ ରୟାଲ୍ସ। ପଞ୍ଜାବର ଅଶ୍ରଦିପ ସିଂହ ଓ ମହମ୍ମଦ ସାମିଙ୍କ ଶାଣିତ ବୋଲିଂ ପାଇଁ ରୋମାଞ୍ଚକର ମ୍ୟାଚରେ ବାଜି ମାରିଛି ପଞ୍ଜାବ କିଙ୍ଗସ୍।

ସଞ୍ଜୁ ସାମସନ୍‌ଙ୍କ ଶତକୀୟ ଇନିଂସ୍‌ ବଳରେ ରାଜସ୍ଥାନ ଟିମ୍‌ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ମୋଟ ୨୧୭ ରନ୍‌ କରିବାରେ ସଫଳ ହୋଇଥିଲା। ଯାହାଫଲରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ୪ ରନରେ ବିଜୟୀ ହୋଇଛି ପଞ୍ଜାବ କିଙ୍ଗସ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.