Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

କେଏଲ ରାହୁଲଙ୍କ ନିଷ୍ପତ୍ତିରେ ଭାଙ୍ଗିଗଲା ପଞ୍ଜାବ କିଙ୍ଗ୍ସ, ଏବେ ରିଟେନ୍ ହେବେନି କୌଣସି ଖେଳାଳି, ଗଠନ ହେବ ନୂତନ ଟିମ୍ !

27/11/2021 at 6:11 PM

ନୂଆଦିଲ୍ଲୀ ୨୭।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ରୋମାଞ୍ଚ ଖେଳାଳିଙ୍କ ମେଗା ନିଲାମ ସହ ଆରମ୍ଭ ହେବାକୁ ଯାଉଛି। ଏହି ସିଜିନର ଦୁଇଟି ନୂତନ ଦଳ ଭାଗ ନେବେ। ତେବେ ମେଗା ନିଲାମ ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜି ନୂତନ ଦଳ ଗଠନ କରିବା ନେଇ ଅଣ୍ଟା ଭିଡିଛନ୍ତି। କେଉଁ ଖେଳାଳିଙ୍କୁ ଦଳରେ ରଖିବେ କାହାକୁ ନିଲାମରେ ଛାଡିବେ ସେ ନେଇ ଚାଲିଛି ଅଙ୍କ କଷା। ତେବେ ସବୁଠୁ ଅଧିକ ସମସ୍ୟାରେ ପଡିଛି ପଞ୍ଜାବ କିଙ୍ଗ୍ସ।

ପଞ୍ଜାବ କିଙ୍ଗ୍ସ ଚାରି ଖେଳାଳିଙ୍କୁ ଦଳରେ ରଖିବାକୁ ଚାହୁଁଥିଲା। ଏଥିରେ ଥିଲେ ଅଧିନାୟକ ଲୋକେଶ ରାହୁଲ, ମୟଙ୍କ ଅଗ୍ରଓ୍ଵାଲ, ରବି ବିଶ୍ନୋଇ ଓ ଅର୍ଶଦୀପ ସିଂହ। ତେବେ ଲୋକେଶ ରାହୁଲ ଦଳରେ ନରହିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ନିଲାମରେ ସାମିଲ୍ ହୋଇ ନୂତନ ଦଳ ସହ ଜୋଡି ହେବାକୁ ଚାହୁଁଛନ୍ତି। ଏମିତିରେ ପଞ୍ଜାବ ଫ୍ରାଞ୍ଚାଇଜିର ଖେଳ ବିଗିଡିପାରେ।

ରାହୁଲ ହଟିଲେ ଦଳର କଣ ହେବ କ୍ଷତି

ଇନସାଇଡ୍ ସ୍ପୋର୍ଟ୍ସର ରିପୋର୍ଟ ଅନୁଯାୟୀ, କେଏଲ ରାହୁଲ ହଟିବା ପରେ ଯଦି ଫ୍ରାଞ୍ଚାଇଜି ମୟଙ୍କ ଏବଂ ବାକି ଖେଳାଳିଙ୍କୁ ଦଳରେ ରଖେ ତେବେ ନିୟମ ଅନୁସାରେ ପ୍ରଥମ ରିଟେନ୍ ଖେଳାଳିଙ୍କୁ ୧୬ କୋଟି ଟଙ୍କା ଦେବାକୁ ପଡିବ। ହେଲେ ଫ୍ରାଞ୍ଚାଇଜି ମୟଙ୍କ ଅଗ୍ରଓ୍ଵାଲଙ୍କୁ ଏକ କୋଟି ଟଙ୍କାରେ କିଣିଥିଲା। ଏମିତିରେ ଫ୍ରାଞ୍ଚାଇଜି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ଏହି କାରଣରୁ ପଞ୍ଜାବ ଫ୍ରାଞ୍ଚାଇଜିର ଅଧିକାରୀ ବର୍ତ୍ତମାନ ଆଉ କୌଣସି ଖେଳାଳିଙ୍କୁ ଦଳରେ ରଖାଯିବ ନାହିଁ ବୋଲି କହିଛନ୍ତି। ନୂତନ ସିଜିନ ସହ ପୂରା ନୂଆ ଟିମ୍ ଗଠନ କରାଯିବ।

ନିକଟରେ ଜାରି ରିପୋର୍ଟ ଅନୁଯାୟୀ, ଲୋକେଶ ରାହୁଲ ନୂତନ ଦଳ ଲକ୍ଷ୍ନୌ ଦଳର ନେତୃତ୍ଵ ନେଇ ପାରନ୍ତି। ତାଙ୍କର ଏବଂ ଲକ୍ଷ୍ନୌ ଫ୍ରାଞ୍ଚାଇଜି ସହ ତିନି ସିଜିନ୍ ପାଇଁ ଚୁକ୍ତିନାମା ହୋଇ ସାରିଛି। ଏପରିକି ଫ୍ରାଞ୍ଚାଇଜିର ଅନେକ ଅଧିକାରୀଙ୍କ ସହ ରାହୁଲଙ୍କ ସାକ୍ଷାତ ହୋଇଛି। ଏହା ମଧ୍ୟ କୁହାଯାଉଛି ରାହୁଲ ଦଳର ଅଧିନାୟକ ହେବା ପାଇଁ ରାଜି ହୋଇ ଯାଇଛନ୍ତି।

ଲକ୍ଷ୍ନୌ ପାଇଁ କାହିଁକି ଖାସ୍ ଲୋକେଶ ରାହୁଲ

ଗତ ଚାରୋଟି ସିଜିନ୍‌ରେ ଲୋକେଶ ରାହୁଲ ଦଳର ଟପ୍ ସ୍କୋରର ରହିବା ସହିତ ଅରେଞ୍ଜ କ୍ୟାପ୍ ଜିତିଛନ୍ତି।

ରାହୁଲ ଗତ ୪ଟି ସଂସ୍କରଣରେ ୫୫୦ରୁ ଅଧିକ ରନ କରିଛନ୍ତି।

ଲୋକେଶ ରାହୁଲ ଦମଦାର ଓ୍ଵିକେଟ୍ କିପିଂ ମଧ୍ୟ କରନ୍ତି। ଏମିତିରେ ସେ ଅଲରାଉଣ୍ଡର ଭୂମିକା ନିଭାଇଥାନ୍ତି।

ରାହୁଲ ସର୍ବଦା ନିଜକୁ ସାବ୍ୟସ୍ତ କରି ସାରିଛନ୍ତି। ଏହି କାରଣରୁ ନିକଟରେ ତାଙ୍କୁ ଟି-୨୦ ଦଳର ଉପ ଅଧିନାୟକ ନିଯୁକ୍ତ କରାଯାଇଛି।

ଏହି ୫ ଟିମ୍ ଏହି ଖେଳାଳିଙ୍କୁ କରି ପାରନ୍ତି ରିଟେନ୍

ଚେନ୍ନାଇ ସୁପରକିଙ୍ଗ୍ସ- ମହେନ୍ଦ୍ର ସିଂହ ଧୋନୀ, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଏକଓ୍ଵାଡ, ମୋଇନ ଅଲ୍ଲୀ କିମ୍ବା ଫାଫ ଡୁ ପ୍ଲେସିସ୍।

ଦିଲ୍ଲୀ କ୍ୟାପିଟାଲ୍ସ- ଋଷଭ ପନ୍ତ, ପୃଥ୍ଵୀ ଶ, ଅକ୍ଷର ପଟେଲ୍, ଏନରିଚ ନୋର୍ତ୍ତଜେ

ମୁମ୍ବାଇ ଇଣ୍ଡିଆନ୍ସ- ରୋହିତ ଶର୍ମା, ଯଶପ୍ରୀତ ବୁମରା, କିରଣ ପୋଲାର୍ଡ, ଇଶାନ କିଶନ

କୋଲକାତା ନାଇଟ୍ ରାଇଡର୍ସ- ସୁନିଲ ନାରିନେ, ଆନ୍ଦ୍ରେ ରସେଲ୍, ଭେଙ୍କଟେଶ ଆୟର

ରାଜସ୍ଥାନ ରୟାଲ୍ସ- ସଞ୍ଜୁ ସାମସନ(୧୪ କୋଟି ଟଙ୍କା ସହ)

   Related Posts