IPL 2022: ‘କର ବା ମର’ ମୁକାବିଲାରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସର ବୋଲିଂ ନିଷ୍ପତ୍ତି, ଦିଲ୍ଲୀ ଟିମରେ ଦୁଇଟି ପରିବର୍ତ୍ତନ

Published By : Prameya-News7 Bureau | May 16, 2022 IST

ନୂଆଦିଲ୍ଲୀ:  ଚଳିତ ଆଇପିଏଲ୍‌ର ୬୪ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ। ଉଭୟ ଦଳ ସମାନ ସଂଖ୍ୟକ ୧୨ପଏଣ୍ଟ ଲେଖାଏଁ ପାଇଛନ୍ତି । ଉନ୍ନତ ରନ୍‌ ରେଟ୍‌ ଆଧାରରେ କ୍ୟାପିଟାଲ୍ସ ପଞ୍ଚମ ଓ କିଙ୍ଗ୍‌ସ ସପ୍ତମ ସ୍ଥାନରେ ରହିଛି । ଆଜିର ମ୍ୟାଚ୍‌ ଉଭୟ ଦଳ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ବୋଲିଂ ନିଷ୍ପତ୍ତି ନେଇଛି। ପଞ୍ଜାବର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ଘଟିନାହିଁ। ଦିଲ୍ଲୀ  ଦୁଇଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଉଛି। ଖଲିଲ ଅହମ୍ମଦଙ୍କୁ ଚେତନ ସକାରିଆଙ୍କ ବଦଳରେ ଏବଂ କେଏସ ଭରତଙ୍କ ସ୍ଥାନରେ ସରଫରାଜ ଖାନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି। ଏହି ମ୍ୟାଚ୍‌ର ବିଜେତା ଦଳ ପଏଣ୍ଟ ତାଲିକାର ଶ୍ରେଷ୍ଠ-୪କୁ ଉଠିବ । ପରାଜିତ ଦଳର ପ୍ଲେ-ଅଫ୍‌ ଆଶା ସୂତା ଖିଅରେ ଝୁଲିବ । ତେଣୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ ।

କ୍ୟାପିଟାଲ୍ସ ଓ କିଙ୍ଗ୍‌ସ ଦଳ ନିଜର ନିଜ ପୂର୍ବ ମ୍ୟାଚ୍‌ ଜିତି ଦୃଢ଼ ମନୋବଳରେ ରହିଛନ୍ତି । କ୍ୟାପିଟାଲ୍ସ ଦଳ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା । ମିଚେଲ ମାର୍ଶ ଓ ଡେଭିଡ୍‌ ୱାର୍ଣ୍ଣର ଦଳକୁ ଜିତାଇଥିଲେ । ଉଭୟ ଏବେ ଭଲ ଫର୍ମରେ ରହିଛନ୍ତି । ଇତିମଧ୍ୟରେ ଦୁର୍ଦ୍ଧର୍ଷ ଓପନର ପୃଥିୀ ଶ’ ଟାଇଫଏଡ୍‌ରୁ ସୁସ୍ଥ ହୋଇ ଦଳରେ ଯୋଗ ଦେଇଛନ୍ତି । ଆଜିର ମ୍ୟାଚ୍‌ରେ ସେ ଖେଳିବା ସମ୍ଭାବନା ରହିଛି । ସେହିପରି ପୂର୍ବ ମ୍ୟାଚ୍‌ରୁ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ପେସ୍‌ ବୋଲର ଖଲିଲ୍‌ ଅହମ୍ମଦ ଲୟରେ ଥିବାବେଳେ ଚେତନ ସକରିୟା ପ୍ରଭାବୀ ବୋଲିଂ କରୁଛନ୍ତି। ପଞ୍ଜାବ କିଙ୍ଗ୍‌ସ ବୋଲର ଓ କ୍ୟାପିଟାଲ୍ସ ବ୍ୟାଟରଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବା ଆଶା କରାଯାଉଛି ।

କିଙ୍ଗ୍‌ସ ଦଳ ପୂର୍ବ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ୫୪ରନ୍‌ରେ ପରାସ୍ତ କରି ବିଜୟଧାରାକୁ ଫେରିଥିଲା । ଜନି ବେୟାରଷ୍ଟୋ ଓ ଲାଏମ୍‌ ଲିଭିଙ୍ଗ୍‌ଷ୍ଟୋନ୍‌ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଦଳକୁ ବିଜୟୀ କରାଇଥିଲେ । ଓପନର ଶିଖର ଧାୱନ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । କେବଳ ଅଧିନାୟକ ମୟଙ୍କ୍‌ ଅଗ୍ରୱାଲଙ୍କ ଫର୍ମ ଚିନ୍ତାଜନକ ରହିଛି । ପେସ୍‌ ବୋଲର ଅର୍ଶଦୀପ ଓ ସ୍ପିନର ରାହୁଲ ଚହର କ୍ୟାପିଟାଲ୍ସ ବ୍ୟାଟରଙ୍କ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ- ଡେଭିଡ ୱାର୍ଣ୍ଣର, ସରଫରାଜ ଖାନ, ମିଚେଲ ମାର୍ଶ, ଋଷଭ ପନ୍ତ (ଓ୍ଵିକେଟ୍ କିପର / ଅଧିନାୟକ), ଲଲିତ ଯାଦବ, ରୋଭମାନ ପାଓ୍ଵେଲ, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଅନରିଚ୍ ନୋର୍ତ୍ତଜେ, ଖଲିଲ ଅହମ୍ମଦ।

ପଞ୍ଜାବ କିଙ୍ଗ୍ସ- ଜନି ବେୟାରଷ୍ଟୋ, ଶିଖର ଧାୱନ, ଭାନୁକା ରାଜପକ୍ଷ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୟଙ୍କ ଅଗ୍ରୱାଲ୍ (ଅଧିନାୟକ), ଜିତେଶ ଶର୍ମା (ୱିକେଟ୍ କିପର), ହରପ୍ରୀତ ବ୍ର, ଋଷି ଧାୱନ, କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.