IPL ୨୦୨୧ : ପଞ୍ଜାବ କିଙ୍ଗସ୍‌କୁ ୧୩୨ ରନର ବିଜୟ ଲକ୍ଷ୍ୟ, ରୋହିତ ଶର୍ମାଙ୍କ ଦମଦାର ଅର୍ଦ୍ଧଶତକ

Published By : Prameya-News7 Bureau | April 23, 2021 IST

ଚେନ୍ନାଇ ୨୩/୦୪ : ଚେନ୍ନାଇରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଜାରି ରହିଥିବା ମ୍ୟାଚରେ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୩୧ ରନ କରିବାକୁ ସକ୍ଷମ ହୋଇଛି ମୁମ୍ବାଇ । ପଞ୍ଜାବକୁ ଜିତିବାକୁ ହେଲେ ୧୩୨ ରନ କରିବାକୁ ହେବ । ମୁମ୍ବାଇର ବ୍ୟାଟିଂ ବିପର୍ଯ୍ୟାୟ ଯୋଗୁଁ ଦଳ ବଡ ସ୍କୋର କରିବାକୁ ସକ୍ଷମ ହୋଇପାରିନାହିଁ ।

ମୁମ୍ବାଇ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୬୩ ରନ କରିଛନ୍ତି ଯେଉଁଥିରେ ୨ ଟି ଛକା ଏବଂ ୫ଟି ଚୌକା ଅନ୍ତର୍ଭୁକ୍ତ । ଅନ୍ୟମାନଙ୍କ ମଧ୍ୟରେ ଡିକକ୍‌ ୩ ରନ, ଇଶାନ କିଷନ ୬, ସୂର୍ଯ୍ୟକୁମାର ଯାଦବ ୩୩, ହାର୍ଦ୍ଧିକ ପାଣ୍ଡ୍ୟା ୧ ରନ, ଏବଂ କ୍ରୁନାଲ ପାଣ୍ଡ୍ୟା ୩ କରି ଆଉଟ ହୋଇଛନ୍ତି । କିରଣ ପୋଲାର୍ଡ ୧୬ ରନ ଜୟନ୍ତ ଯାଦବ ୦ ରନ ଅପରାଜିତ ଅଛନ୍ତି ।

ପଞ୍ଜାବ ପକ୍ଷରୁ  ରବି ବିଷ୍ଣୋୟୀ ଚମତ୍କାର ବୋଲିଂ କରିଛନ୍ତି । ବିଷ୍ଣୋୟୀ ୪ ଓଭରରେ ମାତ୍ର ୨୧ ରନ ଦେଇ ୨ଟି ଓ୍ବିକେଟ ନେଇଥିବା ବେ​‌ଳେ, ହେନରିକ୍ସ୍ ୩ ଓଭରରେ ୧୨ ରନ, ଦୀପକ ହୁଦା ୩ ଓଭରରେ ୧୫ ରନ, ୧ ଓ୍ବିକେଟ୍, ମହମ୍ମଦ ସାମୀ ୪ ଓଭରରେ ୨୧ ରନ ୨ ଓ୍ବିକେଟ୍‌, ଫାବିୟାନ ଆଲେନ୍‌ ୩ ଓଭରରେ ୩୦ ରନ ଅର୍ଷଦୀପ ସିଂହ ୩ ଓଭରରେ ୨୮ ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.