ପଞ୍ଜାବ ମୋଗାରେ ଯୁଦ୍ଧ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ, ପାଇଲଟ ଅଭିନବ ଚୌଧୁରୀ ମୃତ

Published By : Prameya-News7 Bureau | May 21, 2021 IST

ଚଣ୍ଡୀଗଡ ୨୧/୫ : ପଞ୍ଜାବ ମୋଗାରେ ଯୁଦ୍ଧ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ । ବିଳମ୍ୱିତ ରାତି ପ୍ରାୟ ୧ଟାରେ ଦୁର୍ଘଟଣା ହୋଇଥିବା ସୂଚନା । ତେବେ ଦୁଃଖର କଥା ଫାଲଟ ଅଭିନବ ଚୈଧୁରୀଙ୍କ ମୃତ୍ୟୁ ହୋଇଛି । ବିମାନ ଦୁର୍ଘଟଣାର କାରଣ ଜାଣିବା ପାଇଁ ଭାରତୀୟ ବାୟୁସେନା ସମବେଦନା ଜଣାଇବା ସହ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି । ଟ୍ୱିଟ କରି ଏହି ସୂଚନା ଦେଇଛି ଭାରତୀୟ ବାୟୁସେନା ।

wp:html /wp:html

ପଞ୍ଜାବ ମୋଗା ସହରର ବାଗପୁରାନା ଗାଁର ଲାଙ୍ଗିଆନା ଖର୍ଡ ନିକଟରେ ଯୁଦ୍ଧ ବିମାନ ମିଗ୍ -୨୧ ବିଳମ୍ୱିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସୂଚନା ଅନୁଯାୟୀ ନିୟମିତ ତାଲିମ ନେବାପାଇଁ ବିମାନ ଉଡାଣ କରିଥିଲେ ପାଇଲଟ ଅଭିନବ ଚୌଧୁରୀ । ହେଲେ କିଛି ସମୟେ ପରେ ବିମାନଟି କ୍ରାସ ହୋଇଯାଇଥିଲା । ତେବେ ଏଥିରେ ଥିବା ପାଇଲଟଙ୍କ ମୃତ୍ୟୁ ହୋଇଛି ।

ଭାରତୀୟ ବାୟୁସେନା ତରଫରୁ କୁହାଯାଇଛି ଯେ, ପାଇଲଟଙ୍କ ମୃତ୍ୟୁ ପରେ ଆମେ ତାଙ୍କ ପରିବାର ସହ ଛିଡା ହେବୁ । ଏଠାରେ କହିରଖୁଯେ, କିଛିସମୟ ପୂର୍ବରୁ ଭାରତୀୟ ବାୟୁସେନା ଅଧିକାରୀ କହିଥିଲେ କି, ପାଇଲଟ ଅଭିନବଙ୍କର କୌଣସି ଖୋଜ ଖବର ମିଳୁନାହିଁ । ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ମଧ୍ୟ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.