କରୋନା ପ୍ରଶ୍ନକୁ ନେଇ ସାମ୍ବାଦିକଙ୍କ ଉପରେ ବର୍ଷିଲେ ପାକ୍ ମନ୍ତ୍ରୀ, ଭିଡିଓ ଭାଇରାଲ

Published By : Prameya-News7 Bureau | March 22, 2020 IST

ପଞ୍ଜାବ (ପାକିସ୍ତାନ) :  ଦେଶରେ କରୋନା ସଂକ୍ରମଣ ରୋକିବାରେ ପାକିସ୍ତାନ ସରକାରଙ୍କ ପଦକ୍ଷେପ ବିଫଳ ହେଉଥିବା ଦେଖାଯାଉଛି। ପଞ୍ଜାବ ପ୍ରଦେଶରେ ମନ୍ତ୍ରୀମାନେ ଏ ନେଇ ଯଦି ସାମ୍ବାଦିକ କୌଣସି ପ୍ରଶ୍ନ ପଚାରୁଛନ୍ତି ତେବେ ସେମାନଙ୍କୁ ଡରାଇ ଧମକାଇ ଚୁପ୍ କରାଇବା ଆରମ୍ଭ କରିଛନ୍ତି। ଆଜିକାଲି ସୋସିଆଲ ମିଡିଆରେ ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ୟସ୍ମିନ ରସିଦଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ କରୋନାକୁ ନେଇ ପ୍ରଶ୍ନ କରୁଥିବା ଜନୈକ ସାମ୍ବାଦିକଙ୍କୁ ସେ ଧମକାଉଥିବାର ଦେଖାଯାଉଛି।

wp:html /wp:html

ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ସାମ୍ବାଦିକଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ତେବେ ସାମ୍ବାଦିକ ଜଣକ ବେଶ୍ ସମ୍ଭ୍ରମତାର ସହ ମୋତେ ମାରିଲେ କଣ ହେବ କରୋନାକୁ ମାର ବୋଲି କହୁଥିବା ଦେଖାଯାଉଛି। ଏଥିରେ ମନ୍ତ୍ରୀ କ୍ୟାମେରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଥିବାବେଳେ କ୍ୟାମେରାମ୍ୟାନ୍ ତାଙ୍କ ନିର୍ଦ୍ଦେଶ ପାଳନ କରିବାକୁ ମନାକରୁଥିବା ଶୁଣାଯାଉଛି।

{"id":242438,"sizeSlug":"large"}

ଏବେ ଟ୍ୱିଟରରେ ଭାଇରାଲ ହେଉଥିବା ଏହି ଭିଡିଓ ନେଇ ଲୋକେ ନାନା ମନ୍ତବ୍ୟ ଦେଉଛନ୍ତି। ଏଥିରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ବି ବାଦ ଯାଇନାହାନ୍ତି। ଜଣେ ୟୁଜର ପାକ୍ ସରକାରଙ୍କ ମନ୍ତ୍ରୀମାନଙ୍କୁ ପିଏଏଫ ଫିସିଂ ସ୍କୁଲରେ ଭର୍ତ୍ତି ହେବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏପରିକି ସେମାନେ ବ୍ୟବହାର ଓ କଥାବାର୍ତ୍ତା କରି ନ ଶିଖିବା ପର୍ଯ୍ୟନ୍ତ ଏମାନଙ୍କୁ ସ୍କୁଲରୁ ଛଡାଯିବା ଉଚିତ ନୁହେଁ ବୋଲି ମଧ୍ୟ ଉଲ୍ଲେଖ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.