BSFର ଅଧିକାର କ୍ଷେତ୍ର ବୃଦ୍ଧି ପଞ୍ଜାବ ଲାଗି ୩ କୃଷି ଆଇନ ପରେ ଆଉ ଏକ କଳା ଆଇନ :ମନ୍ତ୍ରୀ

Published By : Prameya-News7 Bureau | October 22, 2021 IST

ଚଣ୍ଡିଗଡ଼ ୨୨।୧୦:  ସୀମା ସୁରକ୍ଷା ବଳ (ବିଏସଏଫ)ର ଅଧିକାର କ୍ଷେତ୍ରକୁ ୧୫ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ ଲାଗି କେନ୍ଦ୍ରର ନୂଆ ଆଇନକୁ ପଞ୍ଜାବ ମୂର୍ତ୍ତିକା ଓ ଜଳ ସଂରକ୍ଷଣ ମନ୍ତ୍ରୀ ରାଣା ଗୁରଜିତ ସିଂହ ଶୁକ୍ରବାର ରାଜ୍ୟ ଲାଗି ଆଉ ଏକ କଳା ଆଇନ ବୋଲି କହିଛନ୍ତି। ୩ ବିବାଦୀୟ କୃଷି ଆଇନକୁ ନେଇ ପଞ୍ଜାବ ପଡ ଉଠ ହେଉଥିବା ବେଳେ କେନ୍ଦ୍ର ସରକାର ଆଉ ଏକ କଳା ଆଇନ କରି ପଞ୍ଜାବ ଉପରେ ଥୋପିଥିବା କହିଛନ୍ତି।

କେନ୍ଦ୍ର ସରକାରଙ୍କ ଏପରି ମନମାନିକୁ ରାଜ୍ୟରେ ଜୋରଦାର ବିରୋଧ କରାଯିବ ବୋଲି ରାଣା କହିଛନ୍ତି। ସୋମବାର ଏ ନେଇ ପଞ୍ଜାବ ମନ୍ତ୍ରୀମଣ୍ଡଳ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ଆଇନଶୃଙ୍ଖଳା ସମ୍ପର୍କିତ ମାମଲା ରାଜ୍ୟ ବିଷୟ ବୋଲି କୁହାଯାଇଥିଲା। ଯାହାକୁ ପୋଲିସ ସଫଳ ନିୟନ୍ତ୍ରିତ କରୁଥିବା ମନ୍ତ୍ରୀମାନେ କହିଥିଲେ। ଏଣୁ କେନ୍ଦ୍ରର ନୂଆ ସୀମା ଆଇନର ରାଜ୍ୟରେ କୌଣସି ଆବଶ୍ୟକତା ନଥିବା ମନ୍ତ୍ରୀମାନେ କହିଛନ୍ତି।

କେନ୍ଦ୍ର ସରକାର ନିକଟରେ ସୀମାବର୍ତ୍ତି କ୍ଷେତ୍ରରେ ବିଏସଏଫଙ୍କ କାର୍ଯ୍ୟକ୍ଷେତ୍ର ସମ୍ପ୍ରସାରଣ କରିଛନ୍ତି। ଏଥିରେ ବିଏସଏଫ ରଅଧିକାର କ୍ଷେତ୍ର ୫୦ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇଛି। ଏହି କ୍ଷେତ୍ର ମଧ୍ୟରେ ବିଏସଏଫ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀ ଲାଗି ସ୍ୱାଚ୍ଛନ୍ଦ୍ୟ। ତେବେ ପୋଲିସ ଆଇନଶୃଙ୍ଖଣା ନିୟନ୍ତ୍ରଣରେ ସକ୍ଷମ ଥିବା ବେଳେ ଏପରି ଆଇନର ଆବଶ୍ୟକତାକୁ ନେଇ ପଞ୍ଜାବରେ ଏବେ ଲୋକେ ପ୍ରଶ୍ନ କରୁଛନ୍ତି। ଏଣୁ ଆଇନକୁ ସାରା ରାଜ୍ୟରେ ବିରୋଧ କରାଯିବ ବୋଲି ରାଣା କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.