Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସୁରକ୍ଷା ମାଗିବାକୁ କୋର୍ଟକୁ ଯାଇଥିଲେ ନବବିବାହିତ ପ୍ରେମୀଯୁଗଳ, ଦେବାକୁ ପଡିଲା ଜରିମାନା

4/06/2020 at 3:14 PM

ଫାଜିଲ୍କା ୦୪/୦୬ : ଏକ ପ୍ରେମୀ ଯୁଗଳ ବିବାହ କରି କୋର୍ଟରେ ପହଞ୍ଚିଗଲେ | କିନ୍ତୁ କୋର୍ଟକୁ ଯିବା ତାଙ୍କୁ ମହଙ୍ଗା ପଡିଥିଲା | କୋର୍ଟକୁ ଯିବା ହେତୁ ବିଚାରପତି ସେମାନଙ୍କ ବିରୋଧରେ ଯେଉଁ ପଦକ୍ଷେପ ନେଇଥିଲେ ତାହା ମହଙ୍ଗା ପଡିଥିଲା | ମାମଲା ପଞ୍ଜାବ ଫାଜିଲ୍କା ଅଞ୍ଚଳର | ଏକ ନବବିବାହିତ ପ୍ରେମୀ ଯୁଗଳ ପଞ୍ଜାବ-ହରିୟାଣା ହାଇକୋର୍ଟକୁ ସୁରକ୍ଷା ମାଗିବାକୁ ଯାଇଥିଲେ | ସେତେବେଳେ ବିଚାରପତି ଭିଡିଓ କନଫରେନସିଂ ଜରିଆରେ ଶୁଣାଣି କରୁଥିଲେ | ବିଚାରପତି ଉଭୟଙ୍କ ଉପରେ ୫ ହଜାର ଲେଖାଏଁ ଜରିମାନା ପକାଇଦେଲେ | ଉଭୟ ମାସ୍କ ପିନ୍ଧିନଥିବା ଯୋଗୁଁ ତାଙ୍କୁ ଉପରେ ଜରିମାନା ପଡିଥିଲା | ଫାଜିଲ୍କାରେ ରହୁଥିବା ଏହି ପ୍ରେମୀ ଯୁଗଳ ପ୍ରେମ ବିବାହ କରିଛନ୍ତି | ବିବାହ ପରେ ମେ ମାସ ଶେଷ ସପ୍ତାହରେ ଏମାନେ ଜିଲ୍ଲା ପୋଲିସକୁ ସୁରକ୍ଷା ପାଇଁ ଗୁହାରି କରିଥିଲେ | କାରଣ ତାଙ୍କ ଜୀବନ ପ୍ରତି ବିପଦ ରହିଥିଲା |

ପଞ୍ଜାବ-ହରିୟାଣା ହାଇକୋର୍ଟରେ ଭିଡିଓ କନଫରେନସିଂ ମାଧ୍ୟମରେ ଶୁଣାଣି ଚାଲିଥିଲା | ବିଚାରପତି ହରିପାଲ ବର୍ମା ଏକ ମାମଲାର ଶୁଣାଣି କରୁଥିଲେ | ସେତେବେଳେ ବିଚାରପତିଙ୍କ ନଜର ଏହି ଦମ୍ପତ୍ତିଙ୍କ ଉପରେ ପଡିଥିଲା ଯେଉଁମାନେ ମାସ୍କ ପିନ୍ଧିନଥିଲେ | ମାସ୍କ ନ ପିନ୍ଧି ଏମାନେ କୋର୍ଟକୁ ଆସିଥିଲେ | ସର୍ବ ସାଧାରଣ ଜାଗାରେ ମାସ୍କ ପିନ୍ଧିବା ସରକାର ଅନିବାର୍ଯ୍ୟ କରିଛନ୍ତି | ମାସ୍କ ନ ପିନ୍ଧିଲେ ଜର୍ମାନ ଦେବାକୁ ହେବ ବୋଲି ସରକାର ଘୋଷଣା କରିଛନ୍ତି | କିନ୍ତୁ ଏମାନେ ମାସ୍କ ନ ପିନ୍ଧି କୋର୍ଟକୁ ଆସିଥିବା ଦେଖି ବିଚାରପତି ତାଙ୍କ ଉପରେ ୫-୫ ହଜାର ଜରିମାନା ପକାଇଛନ୍ତି | ୧୫ ଦିନ ଭିତରେ ଜରିମାନା ରାଶି ଫାଜିଲ୍କା ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ ଜମା କରିବାକୁ ପଡିବ ବୋଲି କହିଛନ୍ତି |

ବିଚାରପତି କହିଛନ୍ତି ଯେ, ସେହି ଟଙ୍କାରେ ଜିଲ୍ଲାର ଲୋକଙ୍କୁ ମାସ୍କ ଦିଆଯିବ | ତେବେ ଏହି ନବବିବାହିତ ଦମ୍ପତ୍ତିଙ୍କୁ କୋର୍ଟ ସୁରକ୍ଷା ପ୍ରଦାନ କଲେ ନା ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ | ଘରୁ ବାହାରକୁ ବାହାରିଲେ ମାସ୍କ ବ୍ୟବହାର କରିବାକୁ ଏବଂ ସାମାଜିକ ଦୂରତା ପାଳନ କରିବାକୁ ଜିଲ୍ଲା ଅଧିକାରୀ ଅରବିନ୍ଦ୍ର ପାଲ ସିଂ ସନ୍ଧୁ ସମସ୍ତ ଲୋକଙ୍କୁ ଅପିଲ କରିଛନ୍ତି |

   Related Posts