Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରନାଲ୍‌ରେ ଚାଷୀଙ୍କ ଉଗ୍ରରୂପ : ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ, ବ୍ୟାରିକେଡ୍‌ ଉପରେ ଚଢାଇଲେ ଟ୍ରାକ୍ଟର, ଲାଠିଚାର୍ଜ

2/10/2021 at 4:42 PM

ନୂଆଦିଲ୍ଲୀ ୦୨/୧୦ : ଖରିଫ୍‌ ଫସଲ କିଣା ତାରିଖ ବଢାଯିବାକୁ ନେଇ ଉତ୍ତ୍ୟକ୍ତ ପଞ୍ଜାବ ଏବଂ ହରିୟାଣାର ଚାଷୀମାନେ ଆନ୍ଦୋଳନକୁ ଓଲ୍ଲାଇଛନ୍ତି । ପ୍ରଦର୍ଶନ ପାଇଁ ରାସ୍ତାକୁ ଓଲ୍ଲାଇଥିବା ହଜାର ହଜାର ସଂଖ୍ୟାରେ ଚାଷୀମାନେ ସାଂସଦ ଏବଂ ବିଧାୟକଙ୍କ ବାସଭବନ ଘେରାଉ କରିଛନ୍ତି । କରନାଲ୍‌ରେ ଚାଷୀମାନେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କ ବାସଭବନକୁ ଘେରାଉ କରିବାକୁ ଚେଷ୍ଟା କରିଥିଲେ ।

ପ୍ରଦର୍ଶନକାରୀ ଚାଷୀମାନେ ଏତେ ଉଗ୍ର ହୋଇଯାଇଥିଲେ ଯେ, ପୋଲିସ ପକ୍ଷରୁ ଲଗାଯାଇଥିବା ବ୍ୟାରିକେଡ୍‌ ଉପରେ ଟ୍ରାକ୍ଟର ଚଢାଇ ଦେଇଛନ୍ତି । ଚାଷୀଙ୍କୁ ଆୟତ କରିବା ପାଇଁ ମୁତୟନ ହୋଇଥିବା ସୁରକ୍ଷାବଳ ସେମାନଙ୍କୁ କାବୁ କରିବା ପାଇଁ ପ୍ରୟାସ କରିଥିଲେ । ସ୍ଥିତି ଅଣାୟତ ହେବାରୁ ବାଧ୍ୟ ହୋଇ ଲାଠି ଚାର୍ଜ କରିଥିଲା ପୋଲିସ ।

ପ୍ରଦର୍ଶନରତ ଚାଷୀମାନେ ମୁଖ୍ୟମନ୍ତ୍ରୀ ଆବାସ ବାହାରେ ବ୍ୟାରିକେଡ୍‌ ଭାଙ୍ଗିବାକୁ ଉଦ୍ୟତ ହୋଇଥିଲେ । ଟ୍ରାକ୍ଟର ମଡାଇ ମୁଖ୍ୟମନ୍ତ୍ରୀ ଆବାସ ମଧ୍ୟକୁ ପସିବାକୁ ଚେଷ୍ଟା କରିଥିଲେ । ଚାଷୀଙ୍କ ଉଗ୍ରରୂପ ଦେଖି ସ୍ଥିତି ଅଣାୟତ ପାଇଁ ପାଣି ମାଡ କରିବା ସହ ଲାଠିଚାର୍ଜ କରିଛି । ଚାଷୀଙ୍କ ଏକା ଜିଦ ଯେ ପର୍ଯ୍ୟନ୍ତ ସରକାର ଧାନ କ୍ରୟ ନକରିଛନ୍ତି, ବିରୋଧ ପ୍ରଦର୍ଶନ ଏବଂ ଧାରଣା ଜାରି ରହିବ ।

ପଞ୍ଚକୁଲା​‌ରେ ଚାଷୀଙ୍କ ଉପରେ ଲାଠିମାଡ କରିଛି ପୋଲିସ । ଏହା ସହିତ ୧୨ରୁ ଉର୍ଦ୍ଧ୍ବ ଚାଷୀ ନେତା ଏବଂ ଚାଷୀଙ୍କୁ ଉଠାଇ ନେଇଛି ପୋଲିସ । ପୋଲିସ କହିବା ମୁତାବକ ଉଗ୍ର ଚାଷୀମାନେ ପୋଲିସକର୍ମୀଙ୍କ ଉପରେ ଟ୍ରାକ୍ଟର ଚଢାଇବାକୁ ଚେଷ୍ଟା କରୁଥିଲେ । ଯାହାଫଳରେ ବାଧ୍ୟ ହୋଇ ଲାଠି ଚାର୍ଜ ଏବଂ ପାଣିମାଡ କରିବାକୁ ପଡିଥିଲା ।

ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଖରିଫ୍‌ ଫସଲ ସରକାର ନକିଣିବା କାରଣରୁ ଲଗାଣ ବର୍ଷାରେ ଧାନ ଗଜା ହୋଇଗଲାଣି । ଫସଲ ନଷ୍ଟ ହେବାକୁ ବସିଲାଣି । ବର୍ଷା ମାଡ ସାଙ୍ଗକୁ ସରକାରଙ୍କ ଚାଷୀ ମାରଣ ନୀତି ଯୋଗୁଁ ଫସଲ ନଷ୍ଟ ହେଉଛି । ପଞ୍ଜାବରେ ଖରିଫ୍‌ ଫସଲ କ୍ରୟ ପ୍ରକ୍ରିୟା ପ୍ରତିବର୍ଷ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୁଏ ଏବଂ ହରିୟାଣାରେ ତାହା ସେପ୍ଟେମ୍ବର ୨୫ ତାରିଖରୁ ଆରମ୍ଭ ହୁଏ । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାନ କିଣା ପ୍ରକ୍ରିୟା ଅକ୍ଟୋବର ୧୧ ତାରିଖ ଯାଏଁ ସ୍ଥଗିତ ରଖିବା ପାଇଁ ଘୋଷଣା କରିବାରୁ ପଞ୍ଜାବ ଏବଂ ହରିୟାଣାର ଚାଷୀମାନେ ଚିନ୍ତା ବଢିଛି । କାରଣ ଲଗାଣ ବର୍ଷା କାରଣରୁ ଧାନ ଗଜା ହେଲାଣି । ଚାଷୀକୂଳ ବ୍ୟାପକ କ୍ଷିତ ସହିବ । ସେପଟେ ଚାଷୀଙ୍କ ହତି ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ କହିଛି । କାରଣ ଲଗାତାର ବର୍ଷା କାରଣରୁ ଅଧିକ ଗଜା ହୋଇଯାଇଥିବା ଧାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ରଖାଯାଇନପାରେ । ଯାହା ଫଳରେ ଚାଷୀମାନେ ଅଧିକ କ୍ଷତି ସହିବାକୁ ପଡିପାରେ ।

   Related Posts