ପାକିସ୍ତାନ ପଟୁ ଆକ୍ରମଣର ଆଶଙ୍କା ; ସୀମାନ୍ତ ରାଜ୍ୟଗୁଡିକରେ ହାଇ ଆଲର୍ଟ ଜାରି, ବଢିଲା ସୁରକ୍ଷା ବ୍ୟବସ୍ଥା

Published By : Prameya-News7 Bureau | February 27, 2019 IST

ନୂଆଦିଲ୍ଲୀ ୨୭|୨: ପାକିସ୍ତାନରେ ପଶି ଆତଙ୍କବାଦୀ ଶିବିର ଧ୍ବଂଶ କରିବା ପରେ ଭାରତ ଉପରେ ପାକିସ୍ତାନ ପଟୁ ଆକ୍ରମଣର ଆଶଙ୍କା ବୃଦ୍ଧି ପାଇଛି । ଏଥିପାଇଁ ଭାରତ ସୀମାରେ ଯବାନମାନେ ସତର୍କ ହୋଇଛନ୍ତି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନଗୁଡିକରେ ସୁରକ୍ଷା ବଢାଇ ଦିଆଯାଇଛି।

ଭାରତର ଆକ୍ରମଣ ପରେ ପାକ୍ ସେନା ଦ୍ବାରା ଜମ୍ମୁକଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ମୋର୍ଟାର ମାଡ ଜାରି ରହିଥିବାରୁ ସୀମାନ୍ତ ରାଜ୍ୟ ଗୁଡିକରେ ଆକ୍ରମଣ ଆଶଙ୍କା ରହିଛି । ଆକ୍ରମଣ ଆଶଙ୍କାରେ ୩ଟି ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି । ପଞ୍ଜାବ, ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀ, ମୁମ୍ବାଇ ଉପରେ ସ୍ବତନ୍ତ୍ର ଭାବେ ନଜର ରଖାଯାଇଛି ।

ପଞ୍ଜାବର ୬ଟି ଜିଲ୍ଲା ଫିରୋଜପୁର, ତାର୍ନ ତରନ, ଅମୃତସର, ଗୁରୁଦାସପୁର, ପଠାନକୋଟ, ଫିଜଲାରେ ହାଇ ଆଲର୍ଟ ଜାରି ହୋଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି ଯେ, ପଞ୍ଜାବରେ ସୁରକ୍ଷା ସ୍ଥିତି ବଢ଼ାଇ ଦିଆଯାଇଛି ଏବଂ ଆଜି ସେ ସୀମାନ୍ତଅଞ୍ଚଳ ଗସ୍ତ କରିବେ। ଯେ କୌଣସି ପ୍ରକାର ପରିଣାମ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଅମରିନ୍ଦର କହିଛନ୍ତି।

ସୀମାନ୍ତ ଅଞ୍ଚଳ ଗୁଡିକ ଉପରେ ମଧ୍ୟ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି । ଏସବୁ ଅଞ୍ଚଳରେ ସନ୍ଧ୍ୟା ୬ଟାରୁ ସକାଳ ୭ଟା ମଧ୍ୟରେ ଯାତାୟତ ଉପରେ କଟକଣା ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.