ପଞ୍ଜାବ ଚନ୍ନୀ ସରକାରଙ୍କ ନିଷ୍ପତ୍ତି: ବଦଳିବେନି DGP କି ସଲିସିଟର ଜେନେରାଲ, ତେଣିକି ସିଦ୍ଧୁଙ୍କ ଇଛା

Published By : Prameya-News7 Bureau | September 30, 2021 IST

ଜଲନ୍ଧର ୩୦।୯: ପଞ୍ଜାବ ପିସିସି ସଭାପତି ପଦରୁ ନଭଜ୍ୟୋତ ସିଂ ସିଦ୍ଧୁଙ୍କ ଇସ୍ତଫାକୁ ନେଇ ଘଣ୍ଟାଚକଟା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ବୁଧବାର ସିଦ୍ଧୁଙ୍କ ସହ ଟେଲିଫୋନରେ କଥା ହୋଇଥିଲେ। ପରେ ସିଦ୍ଧୁ ଦାଗି ବିଧାୟକ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓ ସୋଲିସିଟର ଜେନେରାଲଙ୍କ ନିଯୁକ୍ତି ନେଇ ଚନ୍ନୀ ସରକାରଙ୍କ ନିଷ୍ପତ୍ତିରୁ ସେ ଇସ୍ତଫା ଦେଇଥିବାର ଜଣାପଡିଥିଲା। ଘଟଣାକୁ ନେଇ ଚନ୍ନୀ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।

ଚନ୍ନୀଙ୍କ ବୈଠକରେ ରାଜ୍ୟ ଗୃହମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାବାଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ। ବୈଠକରେ ଡିଜିପି ଅଥବା ସୋଲିସିଟର ଜେନେରାଲଙ୍କ ନିଯୁକ୍ତି ନେଇ ନିଷ୍ପତ୍ତିରେ ରାଜ୍ୟ ସରକାର କୌଣସି ପରିବର୍ତ୍ତନ କରିବେ ନାହିଁ ବୋଲି ସ୍ଥିର କରିଛନ୍ତି। ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ। ଏଥିରେ ନୂଆ ସରକାର ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କଲେ ବିରୋଧୀଙ୍କୁ ପ୍ରସଙ୍ଗ ମିଳିବ ବୋଲି କୁହାଯାଇଛି। ଏଣୁ ସରକାର ପଛକୁ ହଟିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

{"id":520101,"width":841,"height":552,"sizeSlug":"full","linkDestination":"none"}

ତେବେ ବୁଧବାର ସିଦ୍ଧୁଙ୍କ ସହ ଟେଲିଫୋନ ଆଳାପରେ ଚନ୍ନୀ ମନ୍ତ୍ରୀମଣ୍ଡଳର ଫିଡବ୍ୟାକ୍‌ ଅନୁସାରେ ଏହି ସବୁ ନିଯୁକ୍ତି ଦିଆଯାଇଥିବାର ଓ ଏହା ପଛରେ ତାଙ୍କର କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନଥିଲା କି ନାହିଁ  ଏବଂ ଏଥିରେ ପରିବର୍ତ୍ତନବି ହୋଇପାରିବ ବୋଲି କହିଥିଲେ। ତେବେ ଚନ୍ନୀ ଇସ୍ତଫା ପ୍ରସଙ୍ଗରେ ପରିବାର ସହ ବସି କଥା ହୁଅନ୍ତୁ ବୋଲି ସିଦ୍ଧୁଙ୍କୁ ନିବେଦନ କରିଥିଲେ।

ତେବେ ବୁଧବାର ବୈଠକ ପରେ ସରକାର ନିଜ ଜିଦରେ ଅଡି ଯାଇଛନ୍ତି। ସେପଟେ ସିଦ୍ଧୁ ତାଙ୍କ ଟ୍ୱିଟରରେ ଚନ୍ନୀ ସରକାରଙ୍କ ନିଯୁକ୍ତି ନେଇ ଅଭିଯାନ ଆରମ୍ଭ କରିଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ସହ ଏବେ ଆଲୋଚନା କରୁଥିବା ଜଣାପଡିଛି। ଆଲୋଚନା ପରେ ସିଦ୍ଧୁ ଯାହା ନିଷ୍ପତ୍ତି ନେବେ ତାହାହିଁ ହେବ ଚୂଡ଼ାନ୍ତ ବୋଲି ପାର୍ଟି ସୂତ୍ରରୁ ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.