Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପଞ୍ଜାବ ସରକାରଙ୍କ ବଡ଼ ଘୋଷଣା, ୨.୮୦ ଲକ୍ଷ କୃଷକଙ୍କ ୫୯୦ କୋଟି ଟଙ୍କାର ଋଣ ଛାଡ଼

14/07/2021 at 10:15 PM

ନୂଆଦିଲ୍ଲୀ ୧୪/୭: କରୋନା କାଳରେ ଚାଷୀମାନଙ୍କ ପାଇଁ ପଞ୍ଜାବ ସରକାରଙ୍କ ବଡ଼ ଘୋଷଣା।  ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କୃଷକମାନଙ୍କର ୫୯୦ କୋଟି ଟଙ୍କାର ଋଣ ଛାଡ଼ କରିବାକୁ ଘୋଷଣା କରିଛନ୍ତି। କ୍ଷେତରେ କାମ କରୁଥିବା ଏବଂ ଭୂମିହୀନ ଚାଷୀଙ୍କ ଋଣ ଛାଡ଼ କରିବା ସହ ସରକାର ନିଜର ଏକ ପ୍ରମୁଖ ପ୍ରତିଶ୍ରୁତି ପୂରଣ କରିବା ରାସ୍ତା ସଫା କରିଦେଇଛନ୍ତି।

ମଙ୍ଗଳବାର ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ସରକାରୀ ମୁଖପାତ୍ର କହିଛନ୍ତି ୨୦ ଅଗଷ୍ଟରେ ଏହି ଚେକ୍‌ ଜାରି କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ ପ୍ରାଥମିକ ସହକାରୀ ସଭାର ୨,୮୫,୩୨୫ ସଦସ୍ୟଙ୍କ ୫୯୦ କୋଟି ଟଙ୍କାର ଋଣ ଛାଡ଼ କରାଯିବ। ଏହାଦ୍ବାରା ପ୍ରତି ସଦସ୍ୟଙ୍କୁ ପାଖାପାଖି ୨୦ ହଜାର ଟଙ୍କାର ସହାୟତା ମିଳିବ। ଏନେଇ ତୃଣମୂଳ ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବାକୁ ଅର୍ଥ ବିଭାଗକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ପଞ୍ଜାବ ସରକାର ପଞ୍ଜାବ କୃଷି ସହକାରୀ ସଭା-୨୦୧୯ ଅନୁଯାୟୀ କ୍ଷେତରେ କାର୍ଯ୍ୟ କରୁଥିବା କୃଷକ ଏବଂ ଭୂମିହୀନ ଚାଷୀଙ୍କୁ ଋଣ କ୍ଷମା ସ୍କିମ୍‌ ଆଣିଥିଲେ। ତେବେ କୃଷି ଋଣ ଛାଡ଼ କରିବା ନେଇ ପଞ୍ଜାବ କଂଗ୍ରେସ ୨୦୧୭ରେ ନିର୍ବାଚନୀ ଇସ୍ତାହାର ମାଧ୍ୟମରେ ପ୍ରତିଶ୍ରୁତି ଦେଇଥିଲା। ଏହି ସ୍କିମ୍‌ ଜରିଆରେ ପଞ୍ଜାବରେ ଏବେ ସୁଦ୍ଧା ୫.୬୪ ଲକ୍ଷ କୃଷକଙ୍କ ୪୬୨୪ କୋଟି ଟଙ୍କା ଋଣ ଛାଡ଼ ହୋଇସାରିଛି ।   

   Related Posts