ପଞ୍ଜାବ ଗ୍ୟାଙ୍ଗଷ୍ଟରଙ୍କୁ କୋଲକାତାରେ ପୋଲିସର ଏନକାଉଣ୍ଟର, ୨ ମୃତ

Published By : Prameya-News7 Bureau | June 09, 2021 IST

କୋଲକାତା ୯।୬: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜୟପାଲ ଭୁଲ୍ଲର ଓ ତାର ସହଯୋଗୀ ଜସ୍‌ସୀ ଖରାର ବୁଧବାର କୋଲକାତାରେ ପୋଲିସର ଏକ ମିଳିତ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି। କୋଲକାତା ନ୍ୟୁ ଟାଉନ ଅଞ୍ଚଳର ଏକ ଆବାସିକ କ୍ଷେତ୍ରରେ ଏମାନେ ଆତ୍ମଗୋପନ କରିଥିବାର  ସୂଚନା ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିଥିଲା। ଘଟଣାସ୍ଥଳରେ ୨ ଅପରାଧୀଙ୍କ ମୃତ୍ୟୁ ହୋଇଛି।

wp:embed {"url":"https://twitter.com/ANI/status/1402612923785105412","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1402612923785105412
/wp:embed

ଭୁଲ୍ଲର ବିରୋଧରେ ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀରେ ୫୦ରୁ ଅଧିକ ମାମଲା ରହିଥିବା ବେଳେ ପଞ୍ଜାବ ପୋଲିସ ଭୁଲ୍ଲରକୁ ମୋଷ୍ଟୱାଣ୍ଟେଡ ତାଲିକାଭୁକ୍ତ କରିଥିଲା। ତେବେ ସେମାନେ କେଉଁ ଉଦ୍ଦେଶ୍ୟରେ କୋଲକାତା ଅସିଥିଲେ ତାହା କିନ୍ତୁ ସ୍ପଷ୍ଟ ହୋଇ ନାହିଁ। ଭୁଲର କୋଲକାତାରେ ଥିବା ସୂଚନା ମିଳିବା ମାତ୍ରେ ପଞ୍ଜାବ ପୋଲିସର ଏକ ଟିମ୍‌ କୋଲକାତା ପହଞ୍ଚି ଥିଲେ। ନ୍ୟୁ ଟାଉନ ଅଞ୍ଚଳରେ ଭୁଲ୍ଲର ରହୁଥିବା ଘର ଠାବ କରାଯିବା ପରେ ପଶ୍ଚିମବଙ୍ଗ ଏସଟିଏଫ ଓ ସିଆଇଡି ସହାୟତାରେ ସେମାନଙ୍କୁ ଗିରଫ ଲାଗି ଉଦ୍ୟମ କରାଯାଇଥିଲା ।

{"id":463695,"sizeSlug":"large","linkDestination":"none"}

ତେବେ ଭୁଲ୍ଲର ଓ ତାର ସହଯୋଗୀ ପୋଲିସ ଉପରକୁ ଗୁଳି ଚଳାଇ ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ଏସଟିଏଫ ପକ୍ଷରୁ ସୁଟ୍ଆଉଟ୍ କରାଯାଇଥିଲା। ଏଥିରେ ଭୁଲ୍ଲର ସହ ତାର ସହଯୋଗୀର ମଧ୍ୟ ମୃତ୍ୟୁ ହୋଇଛି।  ମାମଲାରେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.