Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ଥମୁନାହିଁ କରୋନା ପ୍ରକୋପ, ପଞ୍ଜାବରେ ମେ ୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍‌

10/04/2020 at 5:22 PM

ଚଣ୍ଡିଗଡ ୧୦।୦୪: କରୋନା  ଭାଇରସର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ରାଜ୍ୟରେ ଲକ୍‌ଡାଉନ୍‌ ମେ ୧ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଚଣ୍ଡିଗଡରେ କ୍ୟାବିନେଟ୍ ବୈଠକ ପରେ ଅମରିନ୍ଦର ସିଂହ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ କରୋନା ଭାଇରସ୍ ଲଢେଇକୁ ନେଇ ବଡ ବୟାନ ଦେଇଛନ୍ତି ଯେ, ଭାରତରେ ସେପ୍ଟେମ୍ବର ସୁଦ୍ଧା ୫୮ ପ୍ରତିଶତ ଲୋକ କରୋନା  ଭାଇରସ୍ ସଂକ୍ରମଣର ଶିକାର ହୋଇ ପାରନ୍ତି। ଡାକ୍ତର ଓ  ବୈଜ୍ଞାନିକଙ୍କ ଗବେଷଣାରୁ ଏମିତି ଆଶଙ୍କା କରାଯାଉଥିବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ର ଅବଧି ଆଗକୁ ବଢାଇବା ନେଇ ପୂର୍ବରୁ ସଙ୍କେତ ଦେଇ  କହିଥିଲେ ଯେ, ସଂପ୍ରତି ରାଜ୍ୟରୁ ଲକ୍‌ଡାଉନ୍‌ ହଟାଇବା ଏହା ଉଚିତ୍ ସମୟ ନୁହଁ।

ପଞ୍ଜାବରେ କରୋନା ସଂକ୍ରମିତ ସଂଖ୍ୟା ୧୩୦କୁ ବୃଦ୍ଧି ଘଟିଛି। ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପଞ୍ଜାବ ସରକାର ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟରେ ମାସ୍କ ପିନ୍ଧିବା ଗୁରୁବାର ବାଧ୍ୟତାମୂଳକ କରିଥିଲେ। ମୁଖ୍ୟମନ୍ତ୍ରୀ ନିଜ ନିଷ୍ପତ୍ତିର ସୂଚନା ଦେଇ କହିଛନ୍ତି ଯେ, ପଞ୍ଜାବରେ ଏବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯେବେ ବି କିଛି ଜରୁରୀକାଳୀନ କାମ ପଡେ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘରୁ ବାହାରୁଛନ୍ତି ତେବେ ମୁହଁରେ ମାସ୍କ ଲଗାନ୍ତୁ।

ପଞ୍ଜାବରେ ଏ ପର୍ଯ୍ୟନ୍ତ ୧୭ ଜିଲ୍ଲାରେ କୋଭିଡ୍-୧୯ ପଜିଟିଭ୍ ରୋଗୀ ଚିହ୍ନଟ ହୋଇ ସାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷିତ ୨୧ ଦିନିଆ ଲକ୍‌ଡାଉନ୍‌କୁ ମେ ୧ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଅନୁଯାୟୀ ଏହା ଏକ ମାତ୍ର ବିକଳ୍ପ ଯାହା ଜରିଆରେ କରୋନା ପ୍ରକୋପକୁ ନିୟନ୍ତ୍ରଣରେ ରଖି ପାରିବା।

   Related Posts