ପଞ୍ଚାବରେ ୬ଦିନ ଘୁଞ୍ଚିଲା ବିଧାନସଭା ନିର୍ବାଚନ, ଫେବ୍ରୁଆରୀ ୧୪ ବଦଳରେ ୨୦ରେ ଭୋଟ୍

Published By : Prameya-News7 Bureau | January 17, 2022 IST

ନୂଆଦିଲ୍ଲୀ ୧୭।୦୧ : ପଞ୍ଜାବରେ ଘୁଞ୍ଚିଲା ବିଧାନସଭା ନିର୍ବାଚନ ।ସନ୍ଥ ରବିଦାସ ଜୟନ୍ତୀ କାରଣରୁ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଘୁଞ୍ଚାଇଛନ୍ତି ନିର୍ବାଚନ କମିଶନ । ଫେୃବୃଆରୀ ୧୪ରୁ ଆରମ୍ଭ ହେବାକୁ ଥିବା ଫେବୃଆରୀ ୨୦ରୁ ହେବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ ।

ନିର୍ବାଚନ ଘୁଞ୍ଚାଇବା ବାବଦରେ ବିଭିନ୍ନ ରାଜ୍ୟନୈତିକ ଦଳ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ । ଶେଷରେ କେନ୍ଦ୍ର ନିର୍ବାଚନ ଆୟୋଗ ରାଜନୈତିକ ଦଳର ଅନୁରୋଧକୁ ସ୍ୱୀକାର କରି ଏହି ନିଷ୍ପତ୍ତି ନେଇଛନ୍ତି ।

ସୋମବାର ନିର୍ବାଚନ ଘୁଞ୍ଚାଇବା ନେଇ ଜରୁରୀ ବୈଠକ ବସିଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀ, ବିଜେପି ଓ ପଞ୍ଚାବ ଲୋକ ଦଳର ଅନୁରୋଧ ଉପରେ ବ୍ୟାପକ ଭାବେ ଆଲୋଚନା କରାଯାଇଥିଲା । ଶେଷରେ କମିଶନ ଦାବି ଅନୁରୋଧକୁ ଗ୍ରହଣ କରିବା ସହ ନିର୍ବାଚନ ତାରିଖ ବଦଳାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.