ପଞ୍ଜାବରେ ନଗର କୀର୍ତ୍ତନ ସମୟରେ ବାଣ ବିସ୍ଫୋରଣ, ୧୫ ମୃତ

Published By : Prameya-News7 Bureau | February 08, 2020 IST

ଲୁଧିଆନା ୦୮।୦୨ -ପଞ୍ଜାବର ତରନ ତାରନରେ ନଗର କୀର୍ତ୍ତନ ଚାଲିଥଇବା ସମୟରେ ବିସ୍ପୋରଣ ଘଟି ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନେକ ଲୋକ ଗୁରୁତର ହୋଇଛନ୍ତି । ବାବା ଦୀପ ସିଂଜୀଙ୍କର ଜନ୍ମୋତ୍ସବ ଅବସରରେ ନଗର କୀର୍ତ୍ତନର ଆୟୋଜନ କରାଯାଇଥିଲା । ଏତିକି ବେଳେ ଏକ ବିସ୍ଫୋରଣ ଘଟିଥିଲା । ମୃତକଙ୍କ ମଧ୍ୟରେ ଅନେକ ଛୋଟ ପିଲା ଅଛନ୍ତି ।

ନଗର କୀର୍ତ୍ତନ ସମୟରେ ବାଣ ରଖାଯାଇଥିବା ଟ୍ରଲିରେ ବିସ୍ଫୋରଣ ହୋଇଥିବା କଥା କୁହାଯାଉଛି । ଏଥିରେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ମୃତକଙ୍କ ସଂଖ୍ୟ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।

ବାବା ଦୀପ ସିଂଜୀଙ୍କର ଜନ୍ମୋତ୍ସବ ଅବସରରେ ନଗର କୀର୍ତ୍ତନର ଆୟୋଜନ କରାଯାଇଥିଲା । ଏତିକି ବେଳେ ଏକ ବିସ୍ଫୋରଣ ଘଟିଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.