ମହଙ୍ଗା ପଡିଲା ଅଣ୍ଡା ଚୋରୀ, କାର୍ଯ୍ୟରୁ ନିଲମ୍ୱନ ହେଲେ ହେଡ୍ କନଷ୍ଟେବଲ

Published By : Prameya-News7 Bureau | May 17, 2021 IST

ପଞ୍ଜାବ ୧୭/୫ : କୁହାଯାଏ ଚୋରୀ ଏବଂ ଅପରାଧକୁ ରୋକିବା ପୋଲିସର କାମ । କିନ୍ତୁ ଯେତେବେଳେ ରକ୍ଷକ ସାଜେ ଭଗବାନ । ସେଠି କହିବା ବା କାହାକୁ । ଅର୍ଥାତ୍ ପୋଲିସ ଯଦି ଚୋରୀ କରେ ସେତେବେଳେ କ’ଣ ହେବ? ଆଉ ଯଦି ଚୋରୀ କରୁଥିବା ସମୟର ଭିଡଓ ଭାଇରାଲ ହୋଇଯାଏ ତାହାଲେ କଥା ସରିଯାଏ । ଠିକ ଏମିତି କିଛି ଦେଖିବାକୁ ମିଳିଛି ପଞ୍ଜାବ ଡଣ୍ଡୀଗଡରେ ।

wp:html /wp:html

ଅଣ୍ଡା ଚୋରୀ କରିବା ଏବେ ପୋଲିସରେ କାର୍ଯ୍ୟରତ କନଷ୍ଟେବଲଙ୍କୁ ମହଙ୍ଗା ପଡିଛି । ଭିଡିଓ ଭାଇରାଲ ହେବା ପରେ ଚୋରୀ ପାଇଁ କାର୍ଯ୍ୟରୁ ନିଲମ୍ୱନ କରାଯାଇଛି । ସୂଚନା ଯୋଗ୍ୟ ଯେ, ପଞ୍ଜାବ ପୋଲିସର ଜଣେ ହେଡ କନଷ୍ଟେବଳ ଦିନ ଦ୍ୱିପ୍ରହରରେ ଅଣ୍ଡା ଚୋରୀ କରିଥିଲେ । ରାସ୍ତା କଡ଼ରେ ଅଣ୍ଡା ନେଇ ଯ।ଉଥିବା ଟ୍ରଲି ଛିଡା ହୋଇଥିଲା । ଏତେ ସଂଖ୍ୟାରେ ଅଣ୍ଡା ଦେଖି ଲୋଭରୁ ସମ୍ଭରଣ କରିପାରିନଥିଲେ ।

ଏପଟ ସେପଟେ ଅନାଇବା ପରେ ପକେଟରେ ଆସ୍ତେ ଆସ୍ତେ ୪ଟି ଅଣ୍ଡା ଭର୍ତ୍ତି କରିଦେଇଥିଲେ । ତେବେ ଏହାକୁ ରାସ୍ତାରେ ଯାଉଥିବା ଜଣେ ଦେଖଣାହାରୀ ନିଜ ମୋବାଇଲରେ କଏଦ କରିବା ସହ ସୋସିଆଲ ମିଡିଆରେ ଛାଡିଦେଇଥିଲେ । ଆଉ ଏହି ଭିଡଓରୁ ଜଣାପଡିଛି କି, ଚୋରୀ କରୁଥିବା ପୋଲିସ କନଷ୍ଟେବଲ ଜଣଙ୍କ ପଞ୍ଜାବର ଫତେହଗଡ ସାହିବ ପୋଲିସ ଷ୍ଟେସନରେ ହେଡ କନଷ୍ଟେବଲ ପ୍ରୀତପାଲ ସିଂ । ତେବେ ଭିଡିଓ ଭାଇରାଲ ହେବା ପରେ କଡ୍ଡା କାର୍ଯ୍ୟାନୁଷ୍ଠାନ ନୋଇଛି ପଞ୍ଜାବ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.