Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଭାଉ ନମିଳିବାରୁ ନରମ ପଡିଲେ ସିଦ୍ଧୁ ? ଦିଲ୍ଲୀରୁ ଆସିଲା ଡକରା, ପ୍ରତ୍ୟାହାର କରି ପାରନ୍ତି ଇସ୍ତଫା ପତ୍ର

12/10/2021 at 9:32 PM

ନୂଆଦିଲ୍ଲୀ ୧୨।୧୦: ପଞ୍ଜାବ କଂଗ୍ରେସରେ ନବଜୋତ ସିଂହ ସିଦ୍ଧୁଙ୍କ ସଭାପତି ପଦକୁ ନେଇ ସଂଶୟ ଲାଗି ରହିଛି। ଏହା ମଧ୍ୟରେ ନବଜୋତ ସିଂହ ସିଦ୍ଧୁଙ୍କୁ ଗୁରୁବାର ଦିଲ୍ଲୀରୁ ଡକରା ଆସିଛି। ଦିଲ୍ଲୀରେ ସିଦ୍ଧୁ ପଞ୍ଜାବ ପ୍ରଭାରୀ ହରିଶ ରାଓ୍ଵତଙ୍କ ସହିତ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସଂପାଦକ କେସି ବେଣୁଗୋପାଳଙ୍କୁ ଭେଟିବେ। ବେଣୁଗୋପାଳ ଓ ହରିଶ ରାଓ୍ଵତଙ୍କ ସହ ସିଦ୍ଧୁଙ୍କ ସାକ୍ଷାତକୁ ତାଙ୍କର ଇସ୍ତଫା ସହ ଯୋଡିକୁ ଦେଖାଯାଉଛି। ଏହା ମଧ୍ୟ ଅନୁମାନ କରାଯାଉଛି, ନବଜୋତ ସିଂହ ସିଦ୍ଧୁ ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର କରି ପାରନ୍ତି। ସିଦ୍ଧୁ ଗତ ମାସରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ନେତୃତ୍ଵରେ ନିଯୁକ୍ତି ଏବଂ କ୍ୟାବିନେଟ୍ ଅଦଳବଦଳ ନେଇ ଅସନ୍ତୁଷ୍ଟ ଥିଲେ। ହେଲେ ଭାଉ ନମିଳିବାରୁ ସେ ନରମ ପଡୁଥିବା ଦେଖିବାକୁ ମିଳୁଛି।

ଏଆଇସିସି ସାଧାରଣ ସଂପାଦକ ତଥା ପଞ୍ଜାବର  ପାର୍ଟି ପ୍ରଭାରୀ ରାଓ୍ଵତ କହିଛନ୍ତି, ସିଦ୍ଧୁ ତାଙ୍କୁ ଏବଂ ଏଆଇସସି ସାଧାରଣ ସଂପାଦକ(ସଂଗଠନ) ବେଣୁଗୋପାଳଙ୍କୁ ଦିଲ୍ଲୀରେ ଭେଟିବେ। ଏହି ସାକ୍ଷାତ ଅକ୍ଟୋବର ୧୪ ତାରିଖ ସନ୍ଧ୍ୟା ୬ଟାରେ ହେବ। ଏହି ସମୟରେ ନେତାଙ୍କ ମଧ୍ୟରେ ପାର୍ଟି ସଂଗଠାନତ୍ମକ ମାମଲାରେ ଆଲୋଚନା  ହେବ। ସିଦ୍ଧୁ ଇସ୍ତଫା ନେଇ ନିଜ ଜିଦରେ ଅଟଳ ରହିବାରୁ ପରବର୍ତ୍ତୀ ସମୟରେ କଂଗ୍ରେସରେ ତାଙ୍କ କଥାକୁ ଗୁରୁତ୍ଵ ଦିଆଯାଇନଥିଲା। ସିଦ୍ଧୁଙ୍କ ପାର୍ଟିରେ ପତିଆରା କମୁଥିବା ଦେଖିବାକୁ ମିଳିଥିଲା। ଏବେ କିନ୍ତୁ ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନଜର ଆସୁଛି।

ସୂଚନାଯୋଗ୍ୟ, ଏଆଇସିସି ସିଦ୍ଧୁଙ୍କ ଇସ୍ତଫା ଉପରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହିଁ। ଚନ୍ନି ଏବଂ ରାଜ୍ୟର କିଛି ନେତା ପଞ୍ଜାବ କଂଗ୍ରେସ ପ୍ରମୁଖଙ୍କୁ ନିଜର ଇସ୍ତଫା ଫେରାଇ ନେବାକୁ ମନାଇବାକୁ ଉଦ୍ୟମ କରିଛନ୍ତି। ସିଦ୍ଧୁ ଅକ୍ଟୋବର ୨ରେ ଟ୍ଵିଟ୍ କରି ଇସାରା ଦେଇ କହିଥିଲେ  ଯେ, ଗାନ୍ଧୀ ଜୀ ଏବଂ ଶାସ୍ତ୍ରୀ ଜୀଙ୍କ ସିଦ୍ଧାନ୍ତଙ୍କୁ ବଜାୟ ରଖିବେ। ପଦ ରହୁ କି ନରହୁ ସେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ରହିଛନ୍ତି।

   Related Posts