Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଭେଟିଲେନି ରାଷ୍ଟ୍ରପତି, ବିଧାୟକଙ୍କ ସହ ଦିଲ୍ଲୀ ରାଜଘାଟରେ ଧାରଣା ଦେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

3/11/2020 at 4:12 PM

ନୂଆଦିଲ୍ଲୀ ୦୩/୧୧: କେନ୍ଦ୍ରର ନୂତନ କୃଷି ଆଇନ୍‌କୁ ନେଇ ବିରୋଧ ତୀବ୍ର କରିଛନ୍ତି ପଞ୍ଜାବ ସରକାର। ଏହି ଆଇନ୍‌କୁ ଚ୍ୟାଲେଞ୍ଜ କରି ବିଧାନସଭାରେ ୪ଟି ବିଧେୟକ ମଧ୍ୟ ପାସ୍‌ କରିଛନ୍ତି ରାଜ୍ୟ ସରକାର। ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବାକୁ ଚାହିଁଥିଲେ। କିନ୍ତୁ ରାଷ୍ଟ୍ରପତି ଭେଟିବାକୁ ମନା କରିଦେଇଥିଲେ। ଏହାକୁ ନେଇ ନିଜର ସମସ୍ତ ବିଧାୟକଙ୍କ ସହ ଦିଲ୍ଳୀର ରାଜଘାଟରେ ବୁଧବାର ବିରୋଧ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ।

ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରି ରାଜ୍ୟରେ ସଂଶୋଧିତ କୃଷି ଆଇନ୍‌ରେ ସହମତି ଦେବାକୁ ଅନୁରୋଧ କରିବାକୁ ଯାଇଥିଲେ। କିନ୍ତୁ ରାଷ୍ଟ୍ରପତି ସେମାନଙ୍କୁ ଭେଟିବାକୁ ମନା କରିବାରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ନିଜ ବିଧାୟକମାନଙ୍କ ସହ ରାଜଘାଟରେ ଧାରଣା ଦେବେ ବୋଲି ଘୋଷଣା କରିଛନ୍ତି।

ରାଜଘାଟ ଯିବା ପୂର୍ବରୁ ପଞ୍ଜାବର ସମସ୍ତ ବିଧାୟକ ଓ ମନ୍ତ୍ରୀ ପ୍ରଥମେ ନୂଆଦିଲ୍ଲୀର ପଞ୍ଜାବ ଭବନରେ  ଏକଜୁଟ ହେବେ। ତେବେ ରାଜଘାଟରେ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିବା ସହ ରାଷ୍ଟ୍ରପତି ନଭେଟିବା ଅସାମ୍ବିଧାନିକ ବୋଲି କହିଛନ୍ତି ଅମରିନ୍ଦର।

ପଞ୍ଜାବରେ ମାଲବାହୀ ଟ୍ରେନ୍‌ ଉପରେ କେନ୍ଦ୍ର ସରକାର ରୋକକୁ ନେଇ କ୍ୟାପ୍ଟେନ ଅମରିନ୍ଦର ସିଂହ କହିଛନ୍ତି, ରାଜ୍ୟରେ ସ୍ଥିତ ଚିନ୍ତାଜନକ ହୋଇପଡ଼ିଛି। କୋଇଲା ପରିବହନ ବନ୍ଦ ଥିବାରୁ ରାଜ୍ୟରେ ଥର୍ମାଲ ପ୍ଲାଣ୍ଟ ବନ୍ଦ ହେବାକୁ ବସିଲାଣି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ରାଜ୍ୟରେ ଜରୁରୀକାଳୀନ ଦ୍ରବ୍ୟ କୀଟନାଶକ, ୟୁରିଆ ଆଦିର ଅଭାବ ଦେଖାଦେଲାଣି। ଏହି ନିୟମ ବିରୋଧରେ ମଧ୍ୟ ଏହି ଧାରଣା ହେବାକୁ ଥିବା ବେଳେ ଅନ୍ୟ ଦଳର ବିଧାୟକମାନଙ୍କୁ ଧାରଣାରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ଅମରିନ୍ଦର ସିଂହ।

   Related Posts