Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ସୋନିଆଙ୍କୁ ଦିଲ୍ଲୀରେ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ୮୦ମିନିଟ୍ ଧରି ଚାଲିଥିଲା ଆଲୋଚନା, ଜାଣନ୍ତୁ କହିଲେ କ’ଣ?

6/07/2021 at 8:51 PM

ନୂଆଦିଲ୍ଲୀ ୬।୭: ପଞ୍ଜାବ କଂଗ୍ରେସରେ ଗୋଷ୍ଠୀ ରାଜନୀତିକୁ ନେଇ ଚାଲିଥିବା ଚର୍ଚ୍ଚାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦିଲ୍ଲୀରେ ଭେଟିଛନ୍ତି।  ସୋନିଆଙ୍କ ସହ ଅମରିନ୍ଦରଙ୍କ ବୈଠକ ଦୀର୍ଘ ୮୦ ମିନିଟ୍‌ କାଳ ଚାଲିଥିଲା। ପରେ  ଅମରିନ୍ଦର ଗଣମାଧ୍ୟମକୁ ଭେଟିଥିବା ବେଳେ ବେଶ୍ ମାପିଚୁପି ଜବାବ ଦେଇଛନ୍ତି।  ତେବେ ଏଥିରେ ଆଗାମୀ ନିର୍ବାଚନକୁ ନେଇ ଦଳର ହାଇକମାଣ୍ଡଙ୍କ ସହ ତାଙ୍କର ଆଲୋଚନା ହୋଇଥିବା କହିଛନ୍ତି।

ନିକଟରେ କଂଗ୍ରେସକୁ ପୁଣି ଫେରିଥିବା ନବଜ୍ୟୋତ ସିଂ ସିଦ୍ଧୁ ଦିଲ୍ଲୀରେ ପ୍ରିୟଙ୍କା ଓ ରାହୁଲଙ୍କୁ ଭେଟିଥିଲେ। ପରେ ସେ ପଞ୍ଜାବ ଫେରିଯାଇଥିବା ବେଳେ ବିଦ୍ୟୁତ ସଂକଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ। ତେବେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସିଦ୍ଧୁଙ୍କ ପ୍ରସଙ୍ଗରେ କଣ ଆଲୋଚନା ହେଲା ବୋଲି ଗଣମାଧ୍ୟମ ପ୍ରଶ୍ନର ଜବାବକୁ ଟାଳିଯାଇଛନ୍ତି। ସୋନିଆଙ୍କ ସହ ଆଲୋଚନାରେ କେବଳ ରାଜ୍ୟର ବିକାଶ କାର୍ଯ୍ୟକ୍ରମ ଓ ଆଗାମୀ ନିର୍ବାଚନ ପ୍ରସଙ୍ଗ ଚର୍ଚ୍ଚା ହୋଇଥିବା କ୍ୟାପ୍ଟେନ କହିଛନ୍ତି।

ତେବେ ସିଦ୍ଧୁଙ୍କ ସମ୍ପର୍କରେ ତାଙ୍କୁ କିଛି ପଚରା ଯାଇନଥିବା କି ତାଙ୍କୁ ନେଇ ସେ  କୌଣସି ଆଲୋଚନା କରିନଥିବା ଗଣମାଧ୍ୟମକୁ କହିଛନ୍ତି। ରାଜ୍ୟ କଂଗ୍ରେସ ସମ୍ପର୍କରେ ଦିଲ୍ଲୀ ନିଷ୍ପତ୍ତିକୁ କ୍ୟାପ୍ଟେନ ଚୂଡ଼ାନ୍ତ ବୋଲି କହିଛନ୍ତି। ହାଇକମାଣ୍ଡ ଯାହା କହିବେ ତାହା ତାଙ୍କୁ ସ୍ୱୀକାର ବୋଲି ସେ ସୂଚିତ କରିଛନ୍ତି। ତେବେ ରାଜ୍ୟରେ ତାଙ୍କ ପ୍ରତି ସିଦ୍ଧୁଙ୍କ ଆକ୍ରମକ ବ୍ୟବାହରରେ ଅମରିନ୍ଦର ମଙ୍ଗଳବାର ସୋନିଆଙ୍କୁ ଭେଡି ବେଶ୍ ଆଶ୍ୱସ୍ତ ଥିବା ଜଣାପଡିଛନ୍ତି।   

   Related Posts