ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କଲେ କ୍ୟାପଟେନ୍ ଅମରିନ୍ଦର ସିଂହ

Published By : Prameya-News7 Bureau | December 03, 2020 IST

ଚଣ୍ଡୀଗଡ଼ ୦୩/୧୨ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ହରିୟାଣା ଓ ପଞ୍ଜାବର ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ଦୁଇ ଚାଷୀଙ୍କ ମୃତ୍ୟୁ ହୋଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଦୁଇ ଚାଷୀଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି।

କ୍ୟାପଟେନ ଅମରିନ୍ଦର ସିଂହ ଚାଷୀ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଦୁଇ ଚାଷୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ଏହା ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ କରିଥିଲେ। ଚାଷୀ ଆନ୍ଦୋଳନ ସମ୍ବନ୍ଧରେ ସେ ଅମିତ ଶାହଙ୍କ ସହ କଥାବାର୍ତ୍ତା ହୋଇଥିବା ଅନୁମାନ କରାଯାଇଛି। ଅମିତ ଶାହଙ୍କ ସହ ସାକ୍ଷାତ କରିବା ପରେ ଅମରିନ୍ଦର ସିଂହ କହିଥିଲେ ଯେ ଚାଷୀ ଆନ୍ଦୋଳନ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ, ଖୁବ ଶୀଘ୍ର ଏହାର ସମାଧାନ ବାହାର କରିବା ଉଚିତ। ଶୀଘ୍ର ସମାଧାନ ବାହାର କରିବାକୁ ସେ ଗୃହମନ୍ତ୍ରୀ କହିଛନ୍ତି। ଏହାସହ ଚାଷୀଙ୍କୁ ମଧ୍ୟ ଅପିଲ କରିଛନ୍ତି ଯେ ଶୀଘ୍ର ମାମଲାର ସମାଧାନ କରାଯିବ ଉଚିତ। କାରଣ ଚାଷୀ ଆନ୍ଦୋଳନର ପ୍ରଭାବ ପଞ୍ଜାବ ଅର୍ଥ ବ୍ୟବସ୍ଥା ଓ ରାଷ୍ଟ୍ରୀୟ ସୁରକ୍ଷା ଉପରେ ପଡୁଛି।

ନୂଆ କୃଷକ ଆଇନକୁ ନେଇ କେନ୍ଦ୍ର ଓ କୃଷକଙ୍କ ମଧ୍ୟରେ ଚାଲିଥିବା ଆନ୍ଦୋଳନକୁ ସମାପ୍ତ କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ଗୃହମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି। ସୂତ୍ର ଅନୁଯାୟୀ, ବୈଠକ ଏମିତି ସମୟରେ ହୋଇଛି ଯେତେବେଳେ ପ୍ରଦର୍ଶନ କରୁଥିବା କୃଷକ ନେତା ବିଜ୍ଞାନ ଭାବନାରେ ସରକାରଙ୍କ ସହ ବୈଠକ କରୁଛନ୍ତି। ବୈଠକ ସକାଳେ ହେବାରଥିଲା କିନ୍ତୁ ବିଳମ୍ବ ଯୋଗୁ ଅପରାହ୍ନରେ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.