Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଡିସେମ୍ବର ୧ ତାରିଖରୁ ଏହି ରାଜ୍ୟରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ: କୋଭିଡ୍ ନିୟମ ଉଲଙ୍ଘନ କଲେ ହଜାରେ ଟଙ୍କା ଜରିମାନା

25/11/2020 at 3:40 PM

ନୂଆଦିଲ୍ଲୀ ୨୫/୧୧ : ଦେଶର ରାଜଧାନୀ ଦିଲ୍ଲୀରେ କରୋନାର ଗମ୍ଭୀର ସ୍ଥିତି ଓ ପଞ୍ଜାବରେ ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ବୁଧବାର ଦିନ ରାଜ୍ୟରେ କିଛି ନୂଆ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୧ ତାରିଖରୁ ସାରା ରାଜ୍ୟରେ ରାତ୍ରି କର୍ଫ୍ୟୁ ଲଗାଯିବ। ଏହାସହ ମାସ୍କ ନ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ ନ କଲେ ଜରିମାନା ରାଶି ଦୁଇଗୁଣ କରିଦିଆଯାଇଛି। ଆଦେଶ ନେଇ ଡିସେମ୍ବର ୧୫ ତାରିଖରେ ସମୀକ୍ଷା କରାଯିବ।

ଆଦେଶରେ କୁହାଯାଇଛି ଯେ ସମସ୍ତ ହୋଟେଲ, ରେସ୍ତୋରାଁ ଓ ବିବାହ ମଣ୍ଡପ ଖୋଲିବା ସମୟ ରାତି ସାଢେ ୯ଟା ଯାଏଁ ରହିବ। କର୍ଫ୍ୟୁ ରାତି ୧୦ଟା ରୁ ସକାଳ ୫ଟା ଯାଏଁ ରହିବ। କୌଣସି ପରିସ୍ଥିତିରେ ଏହିସବୁ ନିୟମ ଉଲଙ୍ଘନ ନ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି। କୋଭିଡ ନିୟମ ପାଳନ ନ କଲେ ଜରିମାନା ରାଶି ହଜାରେ ଟଙ୍କା ଦେବାକୁ ପଡିବ ଯାହା ପୂର୍ବରୁ ୫୦୦ ଟଙ୍କା ଥିଲା।

ଚିକିତ୍ସା ପାଇଁ ରୋଗୀ ଦିଲ୍ଲୀରୁ ପଞ୍ଜାବ ଆସୁଥିବା ଦେଖି ରାଜ୍ୟର ଘରୋଇ ହସ୍ପିଟାଲରେ ବେଡ଼ ଉପଲବ୍ଧତା ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ସଚିବ ବିନ୍ନି ମହାଜନଙ୍କୁ ସମ୍ବନ୍ଧିତ ବିଭାଗ ସହ ମିଶି କାମ କରିବାକୁ କହିଛନ୍ତି। ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର ଓ ଆଇସିୟୁ ବେଡ଼ ଉପଲବ୍ଧ ଅଛି ନା ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କହିଛନ୍ତି।

ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଓ ଚିକିତ୍ସା ଶିକ୍ଷା ବିଭାଗର ବିଶେଷଜ୍ଞ, ସୁପର-ସ୍ପେସିଆଲିଟି, ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କୁ ଜରୁରୀକାଳୀନ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭବିଷ୍ୟତରେ ସ୍ୱାସ୍ଥ୍ୟ ବିଭାଗକୁ ଆବଶ୍ୟକ ହେଲେ ଚତୁର୍ଥ ଓ ପଞ୍ଚମ ବର୍ଷ ଏମବିବିଏସ ଛାତ୍ରଙ୍କୁ ବ୍ୟାକଅପ ଭାବେ ପ୍ରସ୍ତୁତ କରିବାକୁ ବିଚାର କରିବା ପାଇଁ କହିଛନ୍ତି।

   Related Posts